fbpx

ଧୋନୀଙ୍କ ଆଉ ଏକ କୀର୍ତ୍ତିମାନ; ଅଧିନାୟକ ଭାବରେ ଖେଳିଲେ ୩୦୦ ମ୍ୟାଚ୍

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ପ୍ରଥମ ଅଧିନାୟକ ଭାବରେ ୩୦୦ ତମ ଟି-୨୦ ମୁକାବିଲା ଖେଳିବାର କୃତିତ୍ୱ ହାସଲ କରିଛନ୍ତି ଧୋନୀ । ପ୍ରଥମ ଭାରତୀୟ ଅଧିନାୟକ ଭାବରେ ଟି-୨୦ ବିଶ୍ୱକପ ଜିତିଥିବା ଧୋନୀ ଆଇପିଏଲ ଫାଇନାଲରେ ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳିଛନ୍ତି । ୩୦୦ ମ୍ୟାଚରେ ଧୋନୀଙ୍କ ବିଜୟ ପ୍ରତିଶତ ୫୯.୭୯ ରହିଛି ।

୨୦୧୭ରେ ଭାରତୀୟ ଦଳର ଅଧିନାୟକ ପଦରୁ ଓହରିଥିବା ଧୋନୀ ଭାରତ ପାଇଁ ୭୨ ମ୍ୟାଚ ଅଧିନାୟକ ଭାବରେ ଖେଳିଛନ୍ତି । ସିଏସକେ ପାଇଁ ଧୋନୀ ୨୧୩ଟି ମ୍ୟାଚରେ ଅଧିନାୟକ ରହିଥିବା ବେଳେ ରାଇଜିଂ ପୁନେ ସୁପର ଜାୟାଣ୍ଟସ ପାଇଁ ୧୪ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ୨୦୦ରୁ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାରେ ଡାରେନ ସାମି ଦ୍ୱିତୀୟ ଖେଳାଳି ରହିଛନ୍ତି ।

Get real time updates directly on you device, subscribe now.