fbpx

ପୋଲିସ ବିଭାଗର ଜରୁରୀକାଳୀନ ସେବା ପାଇଁ ୧୧୨ ନମ୍ବର

ଭୁବନେଶ୍ୱର, ୨ା୧୨ (ଓଡିଶା ଭାସ୍କର): ଏଣିକି ପୋଲିସ ବିଭାଗର ପ୍ରତ୍ୟେକ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨କୁ କାର୍ଯ୍ୟକାରୀ କରାଯାଇଛି । ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ବିଭିନ୍ନ ପ୍ରକାର ସେବା ପାଇଁ ଅଲଗା ଅଲଗା ନମ୍ବର ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିୟମକୁ କାର୍ଯ୍ୟକାରୀ କରିଛନ୍ତି । ଏଥିସହ ତୁରନ୍ତ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ୧୦୯୮ଟି ପଦବୀକୁ ମଞ୍ଜୁର କରିଛନ୍ତି ।

Get real time updates directly on you device, subscribe now.