fbpx

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କାନବେରା, ୨ା୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୬୩ ରନର ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁକରଙ୍କର ରେକର୍ଡ ଭାଙ୍ଗିଛନ୍ତି । କୋହଲି ଆଜିର ମ୍ୟାଚରେ ୨୩ ରନ କରିବା ପରେ ଦିନିକିଆରେ ୧୨ ହଜାର ରନ ସଂଗ୍ରହ କରିଥିଲେ । ୩୨ ବର୍ଷୀୟ ବିରାଟ କୋହଲି ନିଜ କ୍ୟାରିୟରର ୨୪୨ତମ ମ୍ୟାଚରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସଚିନ ତେନ୍ଦୁଲକର ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ୩୦୦ ମ୍ୟାଚ ଖେଳିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ କୋହଲିଙ୍କ ନାମରେ କମ ମ୍ୟାଚରେ ଦ୍ରୁତତମ ୮ ହଜାର, ୯ ହଜାର, ୧୦ ହଜାର ଓ ୧୧ ହଜାର ରନ ସଂଗ୍ରହ କରିବାର ମଧ୍ୟ ରେକର୍ଡ ରହିଛି ।

Get real time updates directly on you device, subscribe now.