fbpx

ଏହି ଗ୍ରହରେ ହୁଏ ହୀରାର ବର୍ଷା : ପ୍ରତ୍ୟେକ ବ୍ୟକ୍ତି ହୋଇପାରିବେ କୋଟିପତି

ନୂଆଦିଲ୍ଲୀ : ଅଧିକାଂଶ ଲୋକେ ଆକାଶରୁ କୁଆପଥର ଏବଂ ପାଣିର ବୁନ୍ଦା ହିଁ ବରଷିବାର ଦେଖିଥିବେ । ଅନେକ ଥର ବଷ୍ରା ସମୟରେ ଆକାଶରୁ ବଜ୍ରପାତ ମଧ୍ୟ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ଏକ ଗ୍ରହ ଅଛି ଯେଉଁଠାରେ କି ହୀରା ବର୍ଷା ହୁଏ । ସେଠାରେ ଏତେ ଗୁଡିଏ ହୀରା ଅଛି, ଯଦି ମିଳେ ତେବେ ପୃଥବୀର ପ୍ରତ୍ୟେକ ବ୍ୟକ୍ତି କୋଟିପତି ହୋଇଯିବ ।

ଏଠାରେ ଆମେ ଯେଉଁ ଗ୍ରହ ବିଷୟରେ କହୁଛୁ, ତାହା ହେଉଛି ନେପଚୁନ ଏବଂ ୟୁରେନ୍ସ । ନେପଚୁନ ପୃଥବୀ ଠାରୁ ପ୍ରଅୟ ୧୫ ଗୁଣ ବଡ ହୋଇଥିବା ବେଳେ ୟୁରେନ୍ସ ପ୍ରାୟ ୧୭ ଗୁଣ ବଡ ଅଟେ । ଏହି ଦୁଇଟି ଗ୍ରହରେ ଉପରି ସ୍ଥିତି ସୃଷ୍ଟି ହୋଇଛି କି ସେଠାରେ କେବଳ ହୀରାର ବର୍ଷା ହେଉଛି ।

ବୈଜ୍ଞାନିକଙ୍କ ଅନୁସାରେ, ୟୁରେନ୍ସ ଏବଂ ନେପଚୁନ ଗ୍ରହ ଆମ ସୌର ମଣ୍ଡଳ ଠାରୁ ବହୁତ ଦୂରରେ ଅବସ୍ଥିତ । ଯେତେବେଳେ ବି ଆମେ ସୌର ମଣ୍ଡଳର ଚର୍ଚ୍ଚା କରନ୍ତି, ପ୍ରାୟତଃ ଏହି ଦୁଇଟି ଗ୍ରହର ନାମ ଆସେ ନାହିଁ । ଏଥିଯୋଗୁଁ ଅଧିକାଂଶ ଲୋକଙ୍କୁ ଏହି ବିଷୟରେ କିଛି ଜଣାନଥାଏ । କିନ୍ତୁ ପୃଥବୀ ଠାରୁ ଦୂରରେ ଥିବା ଏହି ଦୁଇଟି ଗ୍ରହର ତାପମାତ୍ରା ୦ ଡିଗ୍ରି ସେଲସିୟସରୁ ୨୦୦ ଡିଗ୍ରି ସେଲସିୟସ ତଳକୁ ହିଁ ରହିଥାଏ । ଏଠାରେ ଜମା ହୋଇଥିବା ମେଘ ଖଣ୍ଡ ଉଡିଥାଏ । ମିଥେନରେ ହାଇଡ୍ରୋଜେନ ଏବଂ କାର୍ବନ ରହିଥାଏ । ଯେତେବେଳେ ମିଥନ ଉପରେ ଚାପ ସୃଷ୍ଟି ହୁଏ, ସେତେବେଳେ ହାଇଡ୍ରୋଜେନ ଏବଂ ଅଙ୍ଗାରକାମ୍ଳ ଅଲଗା ହୋଇଯାଏ । ଏହି କାର୍ବନ ହିଁ ପରେ ହୀରାରେ ପରିଣତ ହୋଇଥାଏ । ତେଣୁ ସେଠାରେ ହୀରାର ବର୍ଷା ହେଉଛି ।

କୁହାଯାଉଛି, ଯୌଗିକ ରୂପରେ ଏହି ଦୁଇ ଗ୍ରହରେ ଏତେ ହୀରା ଅଛି ଯେ ଯଦି ସେହି ହୀରା ମିଳେ ତେବେ ପ୍ରତ୍ୟେକ ବ୍ୟକ୍ତି କୋଟିପତି ହୋଇଯିବେ । ମହାକାଶ ଗବେଷକ ନାଓମି ରୋବେ-ଗର୍ନି ଥରେ କହିଥିଲେ, ଏହି ହୀରାଗୁଡିକ କୌଣସି ମେଘରେ ଆଗରୁ ଉପସ୍ଥିତ ନଥିଲା । ଏହା ଏକ ବୈଜ୍ଞାନିକ ପ୍ରକ୍ରିୟାରେ ତିଆରି ହୋଇଛି ।

Get real time updates directly on you device, subscribe now.