fbpx
BJD SKY
BJD SKY

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ଆଜି ୨୭ ଜଣ ମେଡ଼ିକାଲରେ ଭର୍ତ୍ତି

BJD

ସମ୍ବଲପୁର: ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହେଲେଣି ୨୭ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ଥିତି ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି । ୪ଟି ସ୍ଥାନରୁ ପାନୀୟ ଜଳ ନମୁନା ସଂଗ୍ରହ କରି ଲ୍ୟାବ ପଠାଯାଇଛି ।

ସୂଚନାନୁଯାୟୀ, ହୀରାକୁଦରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ୨ଦିନରେ ୪୦ରୁ ଉର୍ଦ୍ଧ୍ୱ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁଦ୍ୱାରପଡ଼ା, ଗୌଡ଼ପଡ଼ା, ମାଛପଡ଼ା, କାଲୋପଡ଼ାରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପାଣି ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି । ଆଜି ସମ୍ବଲପୁରରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ହୀରାକୁଦ ଯିବେ ।

 

Get real time updates directly on you device, subscribe now.