fbpx

(Video) ରଚିନଙ୍କ ୱିକେଟ ପରେ ଗାଳି କଲେ କୋହଲି: ପ୍ରଥମ ମ୍ୟାଚରେ ଷ୍ଟାଡିୟମ ଦେଖିଲା ‘ବିରାଟ’ ରୂପ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆରସିବିକୁ ୬ୱିକେଟରେ ପରାସ୍ତ କରି ସିଜନରେ ବିଜୟ ଅଭିଯାନ ଆରମ୍ଭ କରିଛି ସିଏସକେ । ତେବେ ମ୍ୟାଚରେ ଷ୍ଟାର ଓପନର ରଚିନ ରବିନ୍ଦ୍ରଙ୍କ ବିସ୍ଫୋରକ ପାଳି ଭାରତକୁ ବିଜୟ ଭେଟି ଦେଇଛନ୍ତି । କିନ୍ତୁ ଏହି ମ୍ୟାଚରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ରଚିନଙ୍କ ୱିକେଟ । ରଚିନଙ୍କ ୱିକେଟ ପରେ ବିପକ୍ଷ ଦଳ(ଆରସିବି)ର ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ରିଆକ୍ସନ ଏବେ ଖୁବ ଭାଇରାଲ ହେଉଛି । ରଚିନଙ୍କ କ୍ୟାଚ ଧରାଯିବା ପରେ ବିରାଟ ଖୁବ ଗାଳି ଗୁଲଜ କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଘୁରି ବୁଲୁଛି ।

ଆଇପିଏଲ-୨୦୨୪ ସିଜନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଏହି ମ୍ୟାଚରେ ଆରସିବି ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ଆଗ୍ରେସନ ପୁଣିଥରେ ଦେଖିବାକୁ ମିଳିଛି । ଚେନ୍ନାଇର ଓପନର ରଚିନ ରବିନ୍ଦ୍ର ଦମଦାର ବ୍ୟାଟିଂ କରୁଥିବା ବେଳେ ୩ଟି ଛକା ସହ ୩୭ ରନ ସଂଗ୍ରହ କରିଥିଲେ । ତେବେ ସପ୍ତମ ଓଭରର ଶେଷ ବଲରେ ଆଉ ଏକ ବଡ଼ ଶଟ୍ ଖେଳିବାକୁ ଯାଇ ରଚିନ୍ ରଜତ ପାଟିଦାରଙ୍କ ହାତରେ ଧରା ପଡ଼ିଥିଲେ । ତେବେ ରଚିନଙ୍କ ୱିକେଟ ମିଳିବା ପରେ ବିରାଟଙ୍କ ଆଗ୍ରେସନ ପଡ଼ିଆରେ ଦେଖିବାକୁ ମିଳିଥିଲା ଏବଂ ରଚିନ ରବିନ୍ଦ୍ରଙ୍କୁ ସେ ଏକ ସେଣ୍ଡ୍-ଅଫ୍ ଦେଇଛନ୍ତି ।

ଭିଡିଓରେ ଦେଖାଯାଇଛି ଯେ, ରଚିନ ଆଉଟ ହେବା ପରେ ହଠାତ କୋହଲି ରାଗି ଯାଇଛନ୍ତି ଏବଂ ଗାଳି ଗୁଲଜ କରୁଛନ୍ତି । ଏହାବ୍ୟତୀତ ତାଙ୍କ ଚେହେରାରେ ରଚିନଙ୍କ ଆଉଟ ହେବାର ଖୁସି ଏବଂ ଆଗ୍ରେସନ ମଧ୍ୟ ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଖୁବ ଭାଇରାଲ ହେଉଛି । କୋହଲିଙ୍କ ଏହି ରିଆକ୍ସନକୁ ନେଇ ଇଣ୍ଟରନେଟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖାଯାଇଛି । ତେବେ ଆରସିବି ବିପକ୍ଷ ପ୍ରଥମ ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ବିଜୟ ସହ ଆଇପିଏଲ-୨୦୨୪ର ଅଭିଯାନ ଆରମ୍ଭ କରିଛି ।

Get real time updates directly on you device, subscribe now.