ଦ୍ବିତୀୟ ବିବାହ ପରେ ମଲାଇକାଙ୍କୁ ଭୁଲି ଗଲେ କି ଅର୍ବାଜ୍? ଇନଷ୍ଟାଗ୍ରାମରେ କଲେ ଏମିତି…

ନୂଆଦିଲ୍ଲୀ: ନିକଟରେ ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅର୍ବାଜ୍ ଖାନ ଡିସେମ୍ବର ୨୪ ରେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଥିଲେ ​​। ବର୍ତ୍ତମାନ ଏହି ଦମ୍ପତି ହନିମୁନ୍ ଏବଂ ନୂଆ ବର୍ଷ ସେଲିବ୍ରେସନ ପାଇଁ ବିଦେଶରେ ଅଛନ୍ତି। ତେବେ ବିବାହ ପରେ ଅର୍ବାଜ୍ ତାଙ୍କ ନୂଆ ଲାଇଫ ପାର୍ଟନରଙ୍କ ସହିତ ଫଟୋ ମଧ୍ୟ ସେୟାର କରୁଛନ୍ତି। ଦୁହେଁ ବହୁଦିନରୁ ପରସ୍ପରକୁ ଡେଟ୍ କରୁଥିବା କୁହାଯାଉଥିଲା। ଆଉ ଶେଷରେ ଗତ ରବିବାର ଅର୍ବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିଲେ। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ବିବାହ ପରେ ସୋସିଆଲ ମିଡିଆରେ ସେ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଏକ ଘଟଣାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି। ଅର୍ବାଜ୍ ଖାନ ଇନଷ୍ଟାଗ୍ରାମରେ ତାଙ୍କର ପୂର୍ବତନ ପତ୍ନୀ ମଲାଇକା ଆରୋରାଙ୍କୁ ଅନଫଲୋ କରିଛନ୍ତି।

ତେବେ ସେ ଦ୍ବିତୀୟ ବିବାହ ପରେ ନା ପୂର୍ବରୁ ମଲାଇକାଙ୍କୁ ଅନଫଲୋ କରିଛନ୍ତି ତାହା ଜଣାପଡ଼ି ନାହିଁ। ୨୦୧୭ରେ ଚର୍ଚ୍ଚା ହୋଇଥିଲା ଯେ, ଛାଡ଼ପତ୍ର ପରେ ଅର୍ବାଜ୍, ମଲାଇକାଙ୍କୁ ଅନଫଲୋ କରିଥିଲେ ବି ୨୦୧୭ରେ ପୁଣି ତାଙ୍କୁ ଫଲୋ କରିଥିଲେ। ହେଲେ ଏବେ ଅର୍ବାଜ୍ ତାଙ୍କୁ ଆଉ ଫଲୋ କରୁନଥିବା ଦେଖାଯାଇଛି। ଅନ୍ୟପକ୍ଷରେ ମଲାଇକା ଏବେ ବି ଅର୍ବାଜଙ୍କୁ ଫଲୋ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖାଦେଇଛି।

ଏଠାରେ କହି ରଖୁଛୁ ଯେ, ୧୯୯୮ ରେ ମଲାଇକା ଆରୋରା ଏବଂ ଅର୍ବାଜ୍ ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୬ ରେ ଉଭୟ ଛାଡପତ୍ର ଘୋଷଣା କରିଥିଲେ। ୨୦୧୭ ରେ ଉଭୟେ ଆନୁଷ୍ଠାନିକ ଭାବରେ ଛାଡପତ୍ର ଦେଇଥିଲେ। ପ୍ରାୟ ୭ ବର୍ଷର ଛାଡପତ୍ର ପରେ ଅର୍ବାଜ୍ ଦ୍ୱିତୀୟ ଥର ବିବାହ କରିଛନ୍ତି। ଅନ୍ୟପଟେ ମଲାଇକା ପୁଣି ବିବାହ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ସେ କହିଥିଲେ ଯେ ଯଦି କେହି ତାଙ୍କୁ ପଚାରନ୍ତି, ସେ ହଁ କହିବେ। ଏକ ଟିଭି ଶୋ’ ର ଏପିସୋଡରେ ମଲାଇକା ଏହି କଥା କହିଥିଲେ।