ଆପଣଙ୍କୁ ଯାଇଛିକି ମେସେଜ୍, ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ଆକାଉଣ୍ଟକୁ ଆସିବା ‘ସୁଭଦ୍ରା’ ଟଙ୍କା । ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀ ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରିବେ ।

ଭୁବନେଶ୍ୱର: ଆସନ୍ତାକାଲି ଆକାଉଣ୍ଟକୁ ଆସିବା ‘ସୁଭଦ୍ରା’ ଟଙ୍କା । ପ୍ରାୟ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା।
ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀ ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରିବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି । ଆସନ୍ତାକାଲି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ନିବେଦନ କରିବା ପରେ ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି ।

ଶ୍ରୀମତୀ ପରିଡ଼ା କହିଛନ୍ତି, ଏବେବି କିଛି ଆବେଦନକାରୀଙ୍କର NPCI ସମସ୍ୟା ରହିଛି । ସେମାନେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ । ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି। ଏହାକୁ ଆସନ୍ତା ୮ତାରିଖ ସୁଦ୍ଧା ସମାଧାନ କରିଥିଲେ ସେହିଦିନ ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ। ଏହାହେଲେ ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତିରେ ଉପକୃତ ହୋଇପାରିବେ ।