fbpx

Cardiac Arrest ଓ Heart Attack ମଧ୍ୟରେ ଫରକ୍ କଣ: କାହିଁକି କମ୍ ବୟସ୍କଙ୍କୁ ଏହା ବେଶି ଆଟାକ୍ କରୁଛି

ନୂଆଦିଲ୍ଲୀ: ନିକଟରେ ବଙ୍ଗାଳି ଫିଲ୍ମ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ମାତ୍ର ୨୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ କ୍ୟାନ୍ସର ପରି ଭୟଙ୍କର ରୋଗରୁ ଦୁଇ ଥର ମୁକୁଳିଥିବା ବେଳେ କାର୍ଡିଆକ ଆରେଷ୍ଟରେ ମୃତ୍ୟୁବରଣ କରିଥିଲେ । ତେବେ ଅନେକ ଲୋକ କାର୍ଡିଆକ ଆରେଷ୍ଟର ଲକ୍ଷଣକୁ ସାଧାରଣ ଭାବି ଅଣଦେଖା କରି ଦେଇଥାନ୍ତି । ମାତ୍ର ପରେ ଏହା ଭୟଙ୍କର ହେବା ସହ ଜଣଙ୍କର ଜୀବନ ନେଇଯାଇଥାଏ ।

ଏହି ରୋଗରେ ଜଣେ ସଂକ୍ରମିତ ହେଲେ ଆମର ହାର୍ଟ ଅଚାନକ କାମ କରିବା ବନ୍ଦ କରିଦେଇଥାଏ । ହାର୍ଟ ବନ୍ଦ ହୋଇଗଲେ ରକ୍ତକୁ ପମ୍ପ କରିପାରେ ନାହିଁ, ଯାହାର ପ୍ରଭାବ ସାରା ଶରୀରରେ ଦେଖାଯାଇଥାଏ । ଏହି ରୋଗର ଶିକାର ହେଲେ ବେହୋସ, ହାର୍ଟ ରେଟ ଦ୍ରୁତ ହେବା, ଛାତି ଯନ୍ତ୍ରଣା, ଶ୍ୱାସକ୍ରିୟାରେ କଷ୍ଟ, ବାନ୍ତି, ପେଟ କଷ୍ଟ, ଚକ୍କର ଆସିବା ଆଦି ଲକ୍ଷଣ ସବୁ ଦେଖାଯାଇଥାଏ ।

ଧୂମ୍ରପାନ, ଖରାପ କୋଲେଷ୍ଟରଲ, ହାଇ ବ୍ଲଡପ୍ରେସର, ମଧୁମେହ, ମାନସିକ ଓ ସାମାଜିକ ଚାପ, ୱାର୍କ ଆଉଟ୍ ନ କରିବା, ମୋଟାପା, ସବଜି ଓ ଫଳ କମ ଖାଇବା, ମାତ୍ରାଧିକ ମଦ୍ୟପାନ ଆଦି କାର୍ଯ୍ୟ ସହ ଜଡ଼ିତ ଲୋକ ଏଥିରେ ବେଶି ସଂକ୍ରମିତ ହୋଇଥାନ୍ତି । କାର୍ଡିଆକ ଆରେଷ୍ଟ ହାର୍ଟ ଆଟାକଠାରୁ ଅଲଗା ହୋଇଥାଏ । ହାର୍ଟ ଆଟାର୍କରେ ହୃଦୟର ଏକ ଅଂଶରେ ରକ୍ତ ପହଞ୍ଚିବା ବନ୍ଦ ହୋଇଯାଇଥାଏ । ମାତ୍ର କାର୍ଡିଆକ ଆରେଷ୍ଟରେ ଅଚାନକ ହୃଦୟ କାମ କରିବା ବନ୍ଦ କରିଦେଇଥାଏ । ହାର୍ଟ ଆଟାକ ଯେତେବେଳେ ଇଲେକ୍ଟ୍ରିକଲ ସିଷ୍ଟମର ଗଡ଼ବଡ଼ିକୁ ଟ୍ରିଗର କରେ, ସେତେବେଳ ଅଚାନକ କାର୍ଡିଆକ ଆରେଷ୍ଟ ଆସିଥାଏ ।

Get real time updates directly on you device, subscribe now.