fbpx

ଫିଫା ବିଶ୍ୱକପ୍ ୨୦୨୨: କତାରରେ ଆରମ୍ଭ ହେଲା ଫୁଟବଲ୍ ବିଶ୍ୱକପ୍, ଉଦଘାଟନୀ ସମାରୋହରେ ରଙ୍ଗ ଲଗାଇଲେ ବିଟିଏସ୍ ଗାୟକ

କାତର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ କାତାରରେ ଆରମ୍ଭ ହୋଇଛି ଫୁଟବଲ୍ ବିଶ୍ୱକପ୍। ଏହି କାର୍ଯ୍ୟକ୍ରମରେ କେ ପପ୍ ବ୍ୟାଣ୍ଡ ବିଟିଏସର ଜଙ୍ଗ୍ କୁକ୍ ଏବଂ ପ୍ରସିଦ୍ଧ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ ଯୋଗ ଦେଇଥିଲେ। ଆୟୋଜକ କାତାର ଏବଂ ଇକ୍ୟୁଏଡର୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ରାତି ୯.୩୦ (ଭାରତୀୟ ସମୟ) ରେ ଆରମ୍ଭ ହୋଇଥିଲା। ତେବେ ଏଥର ବିଶ୍ୱକପରେ ସମସ୍ତଙ୍କ ଆଖି ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଏବଂ ପର୍ତ୍ତୁଗାଲର ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଉପରେ ରହିବ।

୨୨ ନଭେମ୍ବରରେ ସାଉଦି ଆରବ ବିପକ୍ଷରେ ଆର୍ଜେଣ୍ଟିନା ଖେଳିବ, ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ୨୪ ନଭେମ୍ବରରେ ଘାନା ସହିତ ମୁହାଁମୁହିଁ ହେବ। ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସ ଏହାର ଟାଇଟଲ୍ ରକ୍ଷା କରିବାକୁ କଠିନ ଚେଷ୍ଟା କରିବ। ଏହା ବ୍ୟତୀତ ବ୍ରାଜିଲ, ଆର୍ଜେଣ୍ଟିନା, ଜର୍ମାନୀ, ଇଂଲଣ୍ଡ, ସ୍ପେନ୍, ବେଲଜିୟମ, ନେଦରଲ୍ୟାଣ୍ଡ, ଡେନମାର୍କ, ପର୍ତ୍ତୁଗାଲ, ଗତ ଥରର ରନର୍ ଅପ୍ କ୍ରୋଏସିଆ ପ୍ରମୁଖ ବିଶ୍ୱକପ୍ ଟ୍ରଫି ହାସଲ କରିବାକୁ ଦୃଢ଼ ଦାବିଦାର ଅଟନ୍ତି।

୧୯୭୮ ଆର୍ଜେଣ୍ଟିନା ବିଶ୍ୱକପ୍ ଠାରୁ ଏହା ସବୁଠାରୁ କମ୍ ଟୁର୍ନାମେଣ୍ଟ ହେବ, ଅର୍ଥାତ୍ ଶେଷ ପର୍ଯ୍ୟନ୍ତ ୨୦ ନଭେମ୍ବରରୁ ଆରମ୍ଭରୁ ହୋଇ ୧୮ ଡିସେମ୍ବର(ମାତ୍ର ୨୦ ଦିନ) ପର୍ଯ୍ୟନ୍ତ ଚାଲିବ।

Get real time updates directly on you device, subscribe now.