fbpx

ସ୍ୱାଦିଷ୍ଟ ପଛରେ ଲୁଚିଛି ବିଷ: ୮ଟି ଖାଦ୍ୟ ଦେଖିବାକୁ ସୁନ୍ଦର, କିନ୍ତୁ ନେଇପାରେ ଜୀବନ, ସାଜିଥାଏ ଅନେକ ଭୟଙ୍କର ରୋଗର କାରଣ

ପ୍ରତ୍ୟେକ ମଣିଷ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏପରି ଖାଦ୍ୟ ପ୍ରତି ଅଧିକାଂଶ ଲୋକଙ୍କ ଦୁର୍ବଳତା ରହିଥାଏ । ତେବେ ଆପଣମାନେ ବୋଧହୁଏ ଏକଥା ଜାଣିନଥିବେ ଯେ, ଆମେ ଦୈନନ୍ଦିନ ଜୀବନରେ ସେବନ କରୁଥିବା ବିଭିନ୍ନ ସୁସ୍ୱାଦୁ ଓ ସୁନ୍ଦର ଖାଦ୍ୟ ମଧ୍ୟ ଆମ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଶକ୍ତି ଓ ସାମର୍ଥ୍ୟ ପାଇଁ ଖାଦ୍ୟ ଖାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଖାଦ୍ୟର ଗୁଣବତ୍ତା ଚିହ୍ନିବା ଏବଂ ଖାଇବାର ତରିକା ବଦଳାଇବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

୧- ଚେରି ମଞ୍ଜି: ଚେରି ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ୱାଦଯୁକ୍ତ ଅଟେ । ଜଣାପଡ଼ିଛି ଯେ, ଚେରି ମଞ୍ଜିରେ ପ୍ରୁସିକ ନାମକ ଏକ ଅମ୍ଲ ରହିଛି, ଯାହାକି ବହୁତ ପଏଜନ୍ ଅଟେ । ତେଣୁ ଚେରି ଖାଇବା ସମୟରେ ଏହାରୁ ମଞ୍ଜିକୁ ଫୋପାଡ଼ିଦେବା ଉଚିତ୍ ।

୨- କଞ୍ଚା କାଜୁ: ସାଧାରଣତଃ କାଜୁ ସ୍ୱାଦଯୁକ୍ତ ହେବା ସହ ଶକ୍ତିବର୍ଦ୍ଧକ ଅଟେ । ତେବେ ଆପଣମାନେ ବୋଧହୁଏ ଜାଣିନାହାନ୍ତି କଞ୍ଚା କାଜୁ ଶରୀର ପାଇଁ ବହୁତ କ୍ଷତିକର । କାରଣ କଞ୍ଚା କାଜୁରେ ଅନେକ ବିଷାକ୍ତ ପଦାର୍ଥ ମିଳିଥାଏ ।

୩- ସେଓ ମଞ୍ଜି: ଫଳ ମଧ୍ୟରେ ସେଓକୁ ଅଧିକାଂଶ ପସନ୍ଦ କରିଥାନ୍ତି । ତେବେ ସ୍ୱାସ୍ଥ୍ୟ ପାଇଁ ସେଓକୁ ଏକ ଉପକାରୀ ଫଳ ହିସାବରେ ଗଣାଯାଉଥିଲେ ହେଁ ଏହାର ମଞ୍ଜିରେ ଅଳ୍ପ ପରିମାଣରେ ସାଇନାଇଡ୍ ରହିଥାଏ । ଯାହାକି ଶରୀରେ ହାର୍ଟ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ ।

୪- ଜାଇଫଳ: ଜାଇଫଳକୁ ସାଧାରଣତଃ ଖାଦ୍ୟକୁ ସ୍ୱାଦଯୁକ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏହାର ଅନେକ ଉପକାରିତା ରହିଥିଲେ ମଧ୍ୟ ଏଥିରେ ଅନେକ କେମିକାଲ୍ ରହିଥାଏ, ଯାହାକି ଆମର ମୁଣ୍ଡ ବୁଲାଇବା, ହୃଦରୋଗ ଆଦି ସମସ୍ୟା ସୃଷ୍ଟିର ଅନ୍ୟତମ କାରଣ ସାଜିଥାଏ ।

୫- ଛତୁ: ମାଛ, ମାଂସ ଖାଉନଥିବା ଶାକାହାରୀ ଲୋକମାନେ ଛତୁକୁ ଖାଇଥାନ୍ତି । ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଅନେକ ଲୋକ ମୃତ୍ୟୁବରଣ କରୁଥିବାର ଖବର ମିଳିଥାଏ । ଜଙ୍ଗଲିଆ ଅଞ୍ଚଳମାନଙ୍କରେ ମିଳୁଥିବା ଛତୁଗୁଡ଼ିକ ପ୍ରାୟତଃ ବିଷାକ୍ତ ହୋଇଥାଏ, ଯାହାକି ପେଟ ରୋଗ ଓ ଯକୃତରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ ।

୬- ବିଲାତି ଆଳୁ: ଆଳୁକୁ ଆମ ଦେଶରେ ତରକାରୀର ରାଜା କୁହାଯାଏ କହିଲେ ଚଳେ । ଆଳୁକୁ ରୋଷେଇ ଘରେ ବିଶେଷ ପ୍ରାଧାନ୍ୟ ଦିଆଯାଉଥିଲେ ହେଁ ହଳଦିଆ ରଙ୍ଗଯୁକ୍ତ ଓ ଅଙ୍କୁରିତ ଆଳୁରେ ଗ୍ଲାଇକୋସାଇଡ ନାମକ ଏକ ବିଷାକ୍ତ ପଦାର୍ଥ ରହିଥାଏ । ଏହି ଗ୍ଲାଇକୋସାଇଡ୍ ଆମ ଶରୀରରେ ମୁଣ୍ଡବ୍ୟଥା ସହ ଅନ୍ୟ ରୋଗ ସୃଷ୍ଟିର କାରଣ ସାଜିଥାଏ ।

୭- କଞ୍ଚା ରାଜମା: ରାଜମା ତରକାରୀ ଯିଏ ଖାଇଛି, ସିଏ ଜାଣିଛି ରାଜମାର ପ୍ରକୃତ ସ୍ୱାଦ । ତେବେ ରାଜମା ଖାଇବାକୁ ସ୍ୱାଦିଷ୍ଟ ହେଲେ ମଧ୍ୟ ଏଥିରେ ବିଷାକ୍ତ ପଦାର୍ଥ ରହିଛି । ତେଣୁ ରାଜମାକୁ ଖାଇବା ପୂର୍ବରୁ ଭଲ ଭାବରେ ସିଝାଇ ଖାଇବା ଉଚିତ । ଫଳରେ ସେଥିରେ ଥିବା ପଏଜନ ଅଂଶ ନଷ୍ଟ ହୋଇଯିବା ଦ୍ୱାରା ଆମର କୌଣସି କ୍ଷତି ହୋଇନଥାଏ ।

୮- କଞ୍ଚା ଆମ୍ବ: ବିଶେଷ କରି ଗ୍ରାମାଞ୍ଚଳରେ ଲୋକମାନେ ଆମ୍ବକୁ ଖାଇବାକୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଆମ୍ବ ଖାଇବାକୁ ସୁଆଦିଆ ଲାଗୁଥିଲେ ହେଁ କଞ୍ଚା ଆମ୍ବରେ ଥିବା ଚୋପା କ୍ଷତିକାରକ ହୋଇଥାଏ । ସାଧାରଣତଃ ଆଲର୍ଜି ଥିବା ଲୋକମାନେ କଞ୍ଚା ଆମ୍ବ ଖାଇବାଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ଦ୍ୱାରା ସେମାନଙ୍କ ଠାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.