fbpx

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପ୍ରୟାସ; ‘ମୋ ପିଲା ସ୍କୁଲ ଯିବେ’

ଭୁବନେଶ୍ୱର: ଦେବଗଡ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ‘ମୋ ପିଲା ସ୍କୁଲ ଯିବେ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବ୍ଲକସ୍ତରରେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଜନ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଏହି ଶିକ୍ଷା ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା।

ତେବେ ବଢୁଥିବା ଖରା ପରକପକୁ ଦେଖି ଏପ୍ରିଲ ୧୧ ରୁ ସକାଳୁଆ ଉଭୟ ସରକାରୀ ଏବଂ ବେସକାରୀ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି। ତେବେ ସକାଳ ୭ ଟାରୁ ୧୧.୩୦ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଏନେଇ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ନିୟମ ଲାଗୁ ହେବ । ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ମହଜୁଦ ରଖିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି ।

ସୁୂଚନାମୁତାବକ ଆସନ୍ତା ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି । ଏପ୍ରିଲ୩ ତାରିଖରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠ ପଢ଼ା ଆରମ୍ଭ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏପ୍ରିଲ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଆଡମିଶନ ପ୍ରକ୍ରିୟା ଚାଲିବ ।

Get real time updates directly on you device, subscribe now.