fbpx

ବଡ ଖୁଲାସା! ତମନ୍ନା-ରଶ୍ମିକାଙ୍କ ନାଚ ଭିତରେ ୧୫୦ ମୋବାଇଲ ଗାଏବ: IPL ଉଦଘାଟନୀ ମ୍ୟାଚରେ ଲୁଟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଧିରେ ଧିରେ ଫ୍ୟାନ୍ସମାନଙ୍କୁ ମତୁଆଲା କରିବାରେ ଲାଗିଛି । ଏହି ସିଜନର ଉଦଘାଟନୀ ଉତ୍ସବ ସମସ୍ତଙ୍କ ମନ ଜିତି ନେଇଥିଲା । ଅରିଜିତ ସିଂହଙ୍କ ଗୀତ ସାଙ୍ଗକୁ ତମନ୍ନା ଏବଂ ରଶ୍ମିକାଙ୍କ ଦମଦାର ଡାନ୍ସ ଦର୍ଶକଙ୍କୁ ଝୁମାଇ ଦେଇଥିଲା । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଏବଂ ଏହି ଉତ୍ସବ ଭିତରେ ହୋଇଥିବା ଏକ ମାମଲାକୁ ନେଇ ବଡ ଖୁଲାସା ହୋଇଛି । ଏହି ଉତ୍ସବରେ ପ୍ରାୟ ୧୫୦ରୁ ଅଦିକ ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ ହୋଇଥିଲା ଆଇପିଏଲ-୧୬ର ଉଦଘାଟନୀ ସମାରୋହ । ତେବେ ଏହି ଖୁସିର ଉତ୍ସବ ଭିତରେ ମାତିଥିଲେ ମୋବାଇଲ ଲୁଟେରା । ଏହି ମ୍ୟାଚରେ ୧୫୦ ଲୋକଭ୍କ ମୋବାଇଲ ଚୋରି ହୋଇତିବା ନେଇ ଅଭିଯୋଗ ହୋଇଛି । ତେବେ ୧୫୦ ଜଣ ଅଭିଯୋଗ କରିଥିବା ବେଳେ ଆହୁରି ଅନେକ ଅନେକ ଲୋକ ଅଭିଯୋଗ ନ କରି ରହିଥିବେ ବୋଲି ପୋଲିସ ଅନୁମାନ କରୁଛି । ବଲିଉଡର ସୁପରଷ୍ଟାରଙ୍କ ରଭ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ମସଗୁଲ ଥିବା ବେଳେ ହାତ ସଫେଇ କରି ନେଇଛନ୍ତି ଲୁଟେରା । ତେବେ ଏହାପରେ ପରବର୍ତ୍ତୀ ମ୍ୟାଚ ପୂର୍ବରୁ ଏ ନେଇ ସତର୍କ ହୋଇଯାଇଛି ପୋଲିସ ବିଭାଗ । ଆସନ୍ତା ୯ ତାରିଖରେ ଏହି ଷ୍ଟାଡିୟମରେ ଗୁଜୁରାଟକୁ ଭେଟିବ କୋଲକାତା ନାଇଟ ରାଇଡର୍ସ ।

ଏହି ମ୍ୟାଚରେ ଅହମ୍ମଦାବାଦ ପୋଲିସ ଏବଂ ସୁରକ୍ଷାକର୍ମୀ ଚୋରଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିବେ । ସେପଟେ ଲୋକମାନଙ୍କୁ ମଧ୍ୟ ନିଜ ଜିନିଷଗୁଡିକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଅଳ୍ପ ସମୟ ଭିତରେ ଏତେ ପରିମାଣର ମୋବାଇଲ ଚୋରି ହେବା ଘଟଣା ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.