fbpx

ଦୀପ ଜଳାଇବାର କ’ଣ ରହିଛି ନିୟମ? ଜ୍ୟୋତିଶ ଶାସ୍ତ୍ରରୁ ଜାଣନ୍ତୁ ମହତ୍ତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ମହୋତ୍ସବରେ ଦୀପ ପ୍ରଜ୍ଜ୍ୱଳନ ଏକ ବିଧି ଭାବରେ ପାଳନ କରାଯାଏ । ପୂଜା କରିବା ସମୟରେ ଦୀପ ଜାଳିବା ସହ ଏଥିରେ ଭଗବାନଙ୍କ ଆରତୀ ମଧ୍ୟ କରାଯାଏ । ତେବେ ଅନେକ ଥର ଆପଣ ଦେଖିଥିବେ, କେବେ କେବେ ଏହି ଦୀପ ଜଳାଇବା ପାଇଁ ଘିଅର ବ୍ୟବହାର କରାଯାଏ ତ ଆଉ କେବେ ତେଲ ଦେଇ ଦୀପ ଜଳାଯାଏ । କିନ୍ତୁ ବିଧି ଅନୁସାରେ କେଉଁ ଦୀପ ଜଳାଇବା ଉଚିତ? ଜ୍ୟୋତିଶ ଶାସ୍ତ୍ରରେ କ’ଣ ରହିଛି ଏହାର ନିୟମ ଆସନ୍ତୁ ଜାଣିବା

ଗାଈ ଘିଅରେ ଦୀପ ଜଳାଇବା ଶୁଭ ବୋଲି ବିଶ୍ୱାସ କରାଯାଏ । ଏହାଦ୍ୱାରା ନକରାତ୍ମକ ଭାବନା ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ । ପ୍ରତିଦିନ ଘରେ ଘିଅ ଦୀପ ଜାଳିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ଏହାବ୍ୟତୀତ ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ ଘିଆ ଦୀପ ଜଳାଇବା ଦ୍ୱାରା ।

ଦୀପ ଜଳାଇବାର ନିୟମ:

ଧର୍ମଗ୍ରନ୍ଥରେ ଘିଅ ଏବଂ ରାଶି ତେଲରେ ଦୀପ ଜଳାଇବାର ନିୟମ ରହିଛି । ଘିଅ ଦୀପ ଜଳାଇଲେ ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିବା ସହ ବାସ୍ତୁ ଦୋଷ ଦୂର ହୋଇତାଏ ବୋଲି ବିଶ୍ୱାସ ରହିଛି । ଘିଅ ଦୀପ ଦେବୀ-ଦେବତାଙ୍କୁ ସମର୍ପଣ କରାଯାଇଥାଏ । କିନ୍ତୁ ତେଲରେ ଜଳୁଥିବା ଦୀପ ମନୋକାମନା ପୂରଣ ପାଇଁ ଜଳାଯାଏ । ପୂର୍ବ କାଳରେ ଘିଅ ନଥିଲେ ଏହା ପରିବର୍ତ୍ତେ ରାଶି ତେଲର ଦୀପ ଜଳାଯାଉଥିଲା । ଏହାକୁ ସର୍ବଦା ଦେବାଦେବୀଙ୍କ ବାମ ପାଶ୍ୱର୍ରେ ରଖାଯାଇଥାଏ ଏବଂ ଘିଅ ଦୀପକୁ ଦେବୀ-ଦେବତାଙ୍କ ଡାହାଣ ପାଖରେ ରଖାଯାଏ । ତେଲ ଦୀପରେ ସର୍ବଦା ଲାଲ ସୂତାର ବତୀ ବ୍ୟବହାର କରାଯାଇଥାଏ । ତେବେ ଦୀପର ଆଲୋକ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ରଖିବା ଉଚିତ । ପୂର୍ବ ଦିଗରେ ରହିଲେ ଏହାଦ୍ୱାରା ଆୟୁ ବୃଦ୍ଧି ହୋଇତାଏ, କିନ୍ତୁ ଦୀପ ଉତ୍ତର ଦିଗକୁ ମୁହଁ କରି ରଖାଗଲେ ଧନ ଲାଭ ହୁଏ ବୋଲି ବିଶ୍ୱସ ରହିଛି । ତେବେ ପଶ୍ଚିମକୁ ଦୀପ ମୁହଁ କରି ରଖିଲେ ଦୁଃଖ ଦୁର୍ଦ୍ଦଶା ଆସୁଥିବା ବେଳେ ଦକ୍ଷିଣରେ ରହିଲେ ଏହା ହାନି ଏବଂ କ୍ଷତି ପହଞ୍ଚାଇଥାଏ ।

Get real time updates directly on you device, subscribe now.