fbpx

KKR-RCB ମ୍ୟାଚରେ ପହଞ୍ଚିଲେ କିଙ୍ଗ ଖାନ୍: ‘ପଠାନ୍’ ଗୀତରେ ଲଗାଇଲେ ଠୁମକା

କୋଲକାତା: ଆଜି ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ କୋଲକାତାକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହରୁଖ । ବଲିଉଡର ବାଦଶାହଙ୍କୁ ଦେଖି ଷ୍ଟାଡିୟମରେ ଖୁବ ହାଲ୍ଲା ହୋଇଥିଲା । ଷ୍ଟାଡିୟମରୁ ସେ ଫ୍ୟାନ୍ସମାନଙ୍କୁ ସ୍ୱାଗତ କରିବା ସହିତ ‘ପଠାନ୍’ ସିନେମାର ଗୀତରେ ଡାନ୍ସ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୋଲକାତାକୁ ସପୋର୍ଟ କରିବା ପାଇଁ ଇଡେନ ଗାର୍ଡେନ୍ସରେ ପହଞ୍ଚିଛନ୍ତି ଶାହରୁଖ ଖାନ । ତେବେ କ୍ୟାମେରାରେ ତାଙ୍କୁ ଦେଖି ଫ୍ୟାନ୍ସମାନେ ଖୁବ ଖୁସି ହୋଇ ଯାଇଛନ୍ତି । ମ୍ୟାଚ ଦେଖିବା ସମୟରେ ‘ପଠାନ’ ସିନେମାର ‘ଝୁମେ ଜୋ ପଠାନ୍’ ଗୀତ ବାଜିଥିବା ବେଳେ ଏଥିରେ ସେ ଡାନ୍ସ କରୁଥିବାର ଦେଖାଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହା ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଶାହରୁଖଙ୍କ ଡାନ୍ସ ଦେଖି ପାଖରେ ଥିବା ଦର୍ଶକ ଚିୟର କରିଛନ୍ତି । ତେବେ ଶାହରୁଖଙ୍କ ସହ ତାଙ୍କ ମ୍ୟାନେଜର ପୂଜା ଦଦଲାନୀ ଏବଂ ଝିଅ ସୁହାନା ଖାନ୍ ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ଏହି ମ୍ୟାଚରେ କୋଲକାତାର ଟପ୍ ଅର୍ଡର ଫେଲ ମାରିବା ପରେ ଶାର୍ଦ୍ଦୁଳ ଶୋ’ ଦେଖିବାକୁ ମିଳିଛି । ୮୯ ରନରେ ୫ଟି ୱିକେଟ ହରାଇ ସଂଘର୍ଷ କରୁଥିବା କୋଲକାତାକୁ ବଡ ଲକ୍ଷ୍ୟ ଦିଗରେ ନେଇଛନ୍ତି ଶାର୍ଦ୍ଦୁଳ ଠାକୁର ଏବଂ ରିଙ୍କୁ ସିଂହ । ଏହି ମ୍ୟାଚରେ ଶାର୍ଦ୍ଦୁଳ ୨୯ ବଲରୁ ୬୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ଯେଉଁଥିରେ ୩ଟି ଛକା ଏବଂ ୯ଟି ଚୌକା ସାମିଲ ରହିଛି । ତେବେ ଶେଷ ଓଭରରେ ସେ ପାଭିଲିୟନ ଫେରି ଯାଇଥିଲେ । ତେବେ ତାଙ୍କର ଏହି ଦମଦାର ପାଳି ଯୋଗୁଁ ବାଙ୍ଗାଲୋରକୁ ୨୦୫ ରନର ବିଶାଳ ଲକ୍ଷ୍ୟ ଦେଇଛି କୋଲକାତା ନାଇଟ ରାଇଡର୍ସ ।

Get real time updates directly on you device, subscribe now.