fbpx

ମହଙ୍ଗା ଦରକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ପ୍ରୟାସ, କମିଛି ଏସବୁ ଜନିଷର ଦର : କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ : ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲଗାତାର ଚେଷ୍ଟା କରୁଛନ୍ତି ବୋଲି ଦାବି କରି ଆସୁଛନ୍ତି । ଏପ୍ରିଲ ୧ରୁ ନୂଆ ଆର୍ଥିକ ନିୟମ ଲାଗୁ ହେବା ପରେ ଅନେକ ପରିବର୍ତ୍ତନ ଆସିଛି । ଏଥିରେ କେତେକ ଦର ଦାମ୍ ବୃଦ୍ଧି ହୋଥିବା ବେଳେ ଅନ୍ୟ କେତେକ ଦାମ୍ ମଧ୍ୟ ହ୍ରାସ ହୋଇଛି । ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱୁଟରରେ ଏକ ଚାଟ୍ ସେୟାର କରିଛନ୍ତି ଯେଉଁଥିରେ ପରିବର୍ତ୍ତିତ ଦର ରହିଛି ।

ଏପ୍ରିଲ୍ ୨ରୁ କେତେକ ତେଲ ର ମୂଲ୍ୟ ହ୍ରାସ ପାଇଛି । ସୂର‌୍ୟ୍ୟମୁଖୀ ତେଲର ମୂଲ୍ୟ ୧୯ ପ୍ରତିଶତ ହ୍ରାସ ପାଇଛି। ପୂର୍ବରୁ ଏହା ଲିଟର ପିଛା ୧୮୩ ଟଙ୍କାରେ ବିକ୍ରି ହେଉଥିଲା ଏବଂ ବର୍ତ୍ତମାନ ଏହା ଲିଟର ପିଛା ୧୪୮ ଟଙ୍କାରେ ବିକ୍ରି ହେଉଛି। ରୋଷେଇ ଘରେ ବ୍ୟବହୃ୍‌ତ ସୋରିଷ ତେଲ ୧୮ ପ୍ରତିଶତ ଶସ୍ତା ହୋଇଛି । ଗତ ବର୍ଷ ଏହି ତେଲ ଲିଟର ପିଛା ୧୮୮ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ଲିଟର ପିଛା ୧୫୪ ଟଙ୍କାକୁ ହ୍ରାସ ପାଇଛି । ବନସପତି ଘିଅ ପ୍ରତି କିଲୋଗ୍ରାମ ୧୫୫ ଟଙ୍କା ବଦଳରେ ୧୩୦ ଟଙ୍କାରେ ବିକ୍ରି ହେଉଛି। ପିଆଜର ମୂଲ୍ୟ ୨୮ କିଲୋଗ୍ରାମରୁ ୨୧ ଟଙ୍କା ହ୍ରାସ ପାଇଛି।

 

କେନ୍ଦ୍ର ମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଦିଆଯାଇଥିବା ଦାମ ତାଲିକା ଅନୁଯାୟୀ ସୋୟାବିନ୍ ତେଲର ମୂଲ୍ୟ ୧୫ ପ୍ରତିଶତ ହ୍ରାସ ପାଇଛି। ପୂର୍ବରୁ ଏହି ତେଲ କିଲୋଗ୍ରାମ ପିଛା ୧୬୨ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୩୮ ଟଙ୍କାରେ ବିକ୍ରି ହେଉଛି।

ପନିପରିବାର ମୂଲ୍ୟ ମଧ୍ୟ ବହୁତ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ଆଳୁ ବଜାରରେ ବହୁତ ଶସ୍ତା ବିକ୍ରି ହେଉଛି । ପୂର୍ବରୁ ଆଳୁ କିଲୋଗ୍ରାମ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୩ ଟଙ୍କାରେ ଶସ୍ତା ହୋଇ୧୭ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ମୂଲ୍ୟ ମଧ୍ୟ ୨୪ କିଲୋଗ୍ରାମରୁ ୨୧ କିଲୋଗ୍ରାମକୁ ହ୍ରାସ ପାଇଛି ।

ଚଣା ଡାଲିର ମୂଲ୍ୟ ମାତ୍ର ୫ ପ୍ରତିଶତ ହ୍ରାସ ହୋଇ ୭୫ ଟଙ୍କାରୁ ୭୧ ଟଙ୍କାରେ ଖସି ଆସିଛି । ଏଥି ସହିତ ମସୁର ଡାଲିରେ ମଧ୍ୟ ହ୍ରାସ ଘଟିଛି। ମସୁର ଡାଲି ୯୬ କିଲୋଗ୍ରାମ ମୂଲ୍ୟରୁ ୯୨କୁ ଖସି ଆସିଛି।

Get real time updates directly on you device, subscribe now.