fbpx

ସୋନିଆଙ୍କ ପ୍ଲାନ B, ଗେହଲଟଙ୍କ ଉପରେ ଚାପ ପକାଇବା ପାଇଁ ଦିଗବିଜୟଙ୍କୁ କଲେ ଅସ୍ତ୍ର !

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୈତିକ ସଙ୍କଟ ପରେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ କି ନାହିଁ। ଆଜି ସୋନିଆ ଗାନ୍ଧୀଙ୍କୁ ଭେଟୁଛନ୍ତି ଗେହଲଟ। ହୋଇପାରେ ଏହି ସାକ୍ଷାତରେ କିଛି ନିଷ୍କର୍ସ ବାହାରିପାରେ। ଏହା ମଧ୍ୟରେ ଦିଗବିଜୟ ସିଂହ ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା ଖବର ସାମ୍ନାକୁ ଆସିଛି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସେ କେବେ ଏବଂ କାହା ସମର୍ଥନରେ ନାମାଙ୍କନ ପତ୍ର ଦାଖଲ କରିବେ। ରାଜନୈତିକ ବିଶ୍ଳେଷକଙ୍କ ମତରେ ଦିଗବିଜୟ ସିଂହଙ୍କୁ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ କରିବା ସୋନିଆ ଗାନ୍ଧୀଙ୍କ ପ୍ଲାନ ବି ମଧ୍ୟ ହୋଇପାରେ।

କଂଗ୍ରେସ ସୂତ୍ର ଅନୁଯାୟୀ, ଦିଗବିଜୟ ସିଂହଙ୍କୁ ଓ୍ଵେଟ୍ ଆଣ୍ଡ ଓ୍ଵାଚ୍ ମୋଡରେ ରଖାଯାଇଛି। ଯଦି ଗେହଲଟ- ସୋନିଆଙ୍କ ମଧ୍ୟରେ ବୈଠକରେ ନିର୍ବାଚନ ନେଇ ଯଦି କୌଣସି ସହମତି ପ୍ରକାଶ ନପାଏ ତେବେ ଦିଗବିଜୟ ସିଂହ ମଇଦାନକୁ ଓହ୍ଲାଇ ପାରନ୍ତି। ଏହା ମଧ୍ୟ କୁହାଯାଉଛି ଅଶୋକ ଗେହଲଟଙ୍କ ଉପରେ ଚାପ ପକାଇବା ପାଇଁ ଦିଗବିଜୟ ସିଂହଙ୍କୁ ଦୌଡରେ ରଖାଯାଇଛି। ହାଇକମାଣ୍ଡ ଏହା ଦେଖାଇବାକୁ ଚାହାନ୍ତି ଯେ, ଅଧ୍ୟକ୍ଷ ନିର୍ବାଚନରେ ଦଳ ନିକଟରେ ବିକଳ୍ପର ଅଭାବ ନାହିଁ। ରାଜସ୍ଥାନର ରାଜନୈତିକ ଡ୍ରାମା ପରେ ହାଇକମାଣ୍ଡ ଅଶୋକ ଗେହଲଟଙ୍କ କଡା ସନ୍ଦେଶ ଦେଇଥିବା ଅନ୍ୟପଟେ ଦିଗବିଜୟ ସିଂହଙ୍କ ନାମକୁ ଆଗରେ ରଖିଛି। ଏମିତି ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚାପରେ ଆସିପାରିବେ ଏବଂ ନିଜକୁ ଅନୁଶାସିତ ସାବ୍ୟସ୍ତ କରିବା ଲାଗି ଅଧ୍ୟକ୍ଷ ନିର୍ବାଚନ ଲଢି ପାରନ୍ତି।

ଏହାର ସଙ୍କେତ ମଧ୍ୟ ମିଳୁଛି, ଅଶୋକ ଗେହଲଟ କିଛି ସର୍ତ୍ତ ସହିତ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ରାଜି ହୋଇ ପାରନ୍ତି। ଗେହଲଟ ବୁଧବାର ରାତିରେ ଦିଲ୍ଲୀ ପହଞ୍ଚିଛନ୍ତି। ଆଜି ସୋନିଆଙ୍କ ସହ ତାଙ୍କର ବୈଠକ ରହିଛି। ଗେହଲଟ ସୋନିଆଙ୍କୁ ଭେଟିବା ପାଇଁ ବୁଧବାର ଅନେକ ଥର ସମୟ ମାଗିଥିଲେ। ହେଲେ ସୋନିଆ ସମୟ ଦେଇ ପାରିନଥିଲେ। ଏଥିରୁ ଜଣା ପଡୁଛି ଗାନ୍ଧୀ ପରିବାର ପ୍ରତି ସବୁଠୁ ଅଧିକ ଅନୁଗତ ଥିବା ଗେହଲଟ ରାଜସ୍ଥାନ ସଙ୍କଟ ଯୋଗୁଁ ସୋନିଆଙ୍କ ଆସ୍ଥା ହରାଇଛନ୍ତି। ଗୁରୁବାର ଦିନଟି କଂଗ୍ରେସ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିପାରେ।

Get real time updates directly on you device, subscribe now.