fbpx

Whatsapp ବ୍ୟବହାର କଲେ ବର୍ଷେ ଜେଲ, ୫୦ ହଜାର ଜରିମାନା: କରନ୍ତୁ ନାହିଁ ଏମିତି ଭୁଲ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକଙ୍କ ପାଇଁ ଖୁବ ଦରକାରୀ ପାଲଟି ଯାଇଛି । ତେବେ ସବୁ ଆପଗୁଡିକ ଭିତରୁ ହ୍ୱାଟ୍ସଆପ ବେଶ ଲୋକପ୍ରିୟ ହୋଇପାରିଛି । ଏହି ହ୍ୱାଟ୍ସଆପକୁ ବ୍ୟବହାର କରିବା ଅତି ସରଳ ହୋଇଥାଏ । କିନ୍ତୁ ଏହାକୁ ବ୍ୟବହାର କରିବା ଜଣେ ବ୍ୟକ୍ତିଙ୍କ ଉପରେ ଖୁବ ଭାରୀ ପଡିଛି । ଫଳରେ ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଏବଂ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି । ତେବେ ତାଙ୍କର ଭୁଲ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ, ନକଲି ଡକ୍ୟୁମେଣ୍ଟ ଦେଇ ହ୍ୱାଟ୍ସଆପ, ଟେଲିଗ୍ରାମ କିମ୍ବା ସିଗନାଲ ଆପ୍ ବ୍ୟବହାର କରିବା ବିରୋଧରେ ଏକ ବିଲ ପ୍ରସ୍ତୁତ କରିଛନ୍ତି ସରକାର । ଏହାକୁ ଉଲ୍ଲଙ୍ଘନ କରିବା ଦ୍ୱାରା ବର୍ଷେ ଜେଲ ଏବଂ ୫୦ ହଜାର ଟଙ୍କା ଜରିମାନା ହୋଇପାରେ । ଏ ନେଇ ଇଣ୍ଡିଆନ ଟେଲି କମ୍ୟୁନିକେସନ ବିଲ ୨୦୨୨ର ଡ୍ରାଫ୍ଟରେ କୁହାଯାଇଛି । ଏହାସହିତ ଅନଲାଇନ ଆଇଡେଣ୍ଟିଟି ଫ୍ରଡ ମାମଲା ଉପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ତେବେ ଡିପାର୍ଟମେଣ୍ଟ ଅଫ କ୍ୟୁନିକେସନ କହିଛନ୍ତି ଯେ, ଏହାଦ୍ୱାରା ଟେଲିକମ୍ ସର୍ଭିସର ବ୍ୟବହାର କରି ହେଉଥିବା ଫ୍ରଡକୁ ରୋକା ଯାଇପାରିବ । ତେବେ ଅନଲାଇନ ଫ୍ରଡ କରୁଥିବା ବ୍ୟକ୍ତିଙ୍କୁ ବିନା ୱରେଣ୍ଟରେ ପୋଲିସ ଆରେଷ୍ଟ କରିପାରିବ ବୋଲି ବିଲରେ ଦର୍ଶାଯାଇଛି ।

ତେବେ ୟୁନିଅନ ଟେଲିମ୍ ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବିଭିନ୍ନ ସାଇବର କ୍ରାଇମ ଉପରେ ରୋକ ଲଗାଇବ ଏହି ବିଲ୍ । କଲ୍ ଗ୍ରହଣ କରୁଥିବା ଉପଭୋକ୍ତା ଜାଣିବା ଉଚିତ୍ ଯେ ତାଙ୍କୁ ବିଭିନ୍ନ ପ୍ଲାଟଫର୍ମରୁ କିଏ କଲ୍ କରୁଛି ଜ୍ଝ ବର୍ତ୍ତମାନ ଡାଟା ଏବଂ ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ସମାପ୍ତ ହୋଇଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ତେଣୁ ଓଟିଟି ସମେତ ସମସ୍ତ ପ୍ଲାଟଫର୍ମକୁ ଗୋଟିଏ ଆଇନର ଅନ୍ତର୍ଭୁକ୍ତ କରାଯାଉଛି ।

Get real time updates directly on you device, subscribe now.