fbpx

ମୋଦି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିନାହାନ୍ତି: ଦିଗବିଜୟ ସିଂହ

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ମୋଦି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିନାହାନ୍ତି । ଦେଶର ଜିଡ଼ିପି ଲଗାତାର ହ୍ରାସ ପାଉଛି ବୋଲି ଦିଗବିଜୟ ସିଂ କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ବିଗିଡ଼ିଛି ଏବଂ ରୋଜଗାର ନାହିଁ ଏହାସହ ମହଙ୍ଗା ବଢ଼ିଛି । ନିଯୁକ୍ତି ଦେବା ବଦଳରେ କର୍ମଚାରୀଙ୍କ ଛଟେଇ ଚାଲିଛି । ମୋଦି ସରକାର ଶାସନକୁ ଆସିବା ପରେ ଦେଶର ଦୁର୍ଗତି ଆରମ୍ଭ ହୋଇଛି । ଦେଶର ସମସ୍ୟାରୁ ଦୃଷ୍ଟି ହଟାଇବାକୁ ନୂଆ ପ୍ରସଙ୍ଗକୁ ସାମ୍ନାକୁ ଅଣାଯାଉଛି ବୋଲି ଦିଗବିଜୟ କହିଛନ୍ତି ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ଦାୟିତ୍ୱ ନିର୍ବାହ କରୁଛି । ଦୁର୍ନୀତି ପ୍ରସଙ୍ଗରେ ବିଜେପି ଓ ବିଜେଡ଼ିକୁ ଜିତେନ୍ଦ୍ର ଟାର୍ଗେଟ କରିଛନ୍ତିି । ଓଡ଼ିଶାରେ ବିଜେଡ଼ି ଗୋଟିଏ କଥା କହୁଛି କିନ୍ତୁ ଦିଲ୍ଳୀରେ ଅନ୍ୟ କଥା କହୁଛି ।

Get real time updates directly on you device, subscribe now.