fbpx
BJD SKY
BJD SKY

ବଡ଼ ଖବର; ରାଉରକେଲା ନିର୍ବାଚନରେ ଓହ୍ଲାଇବେ ଦିଲ୍ଲୀପ! କେବଳ ଘୋଷଣାକୁ ଅପେକ୍ଷା

BJD

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଏବେ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିିଛି । ଆସନ୍ତା ନିର୍ବାଚନରେ ଓଡ଼ିଶାର ସମସ୍ତ ଆସନରେ ବିଜୟୀ ଧ୍ୱଜା ଉଡ଼ାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ତେଣୁ ସମସ୍ତ ଆସନରେ ଦେଇଛି ହେଭିୱେଟ ନେତା । ବର୍ତ୍ତମାନ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ଉପରେ ନଜର ରଖିଛି ବୋଲି ମଧ୍ୟ ସୂଚନା ମିଳିଛି । ରାଉରକେଲା ଆସନ ପାଇଁ ବିଜେପି ଦିଲ୍ଲୀପ ରାୟଙ୍କ ନାଁ ଉପରେ ମୋହର ମାରିଥିବା ସୂଚନା ଦେଇଛନ୍ତି ବରିଷ୍ଠ ନେତା ଜୁଏଲ ଓରାମ । ଏହି ଆସନରୁ ବିଜେପି ପାଇଁ ନିର୍ବାଚନ ଲଢିପାରନ୍ତି ଦିଲ୍ଲୀପ ରାୟ । ତେବେ ଏହା ନିଶ୍ଚିତ ହୋଇ ସାରିଥିବା ବେଳେ କେବଳ ଘୋଷଣା କରିବା ବାକି ରହିଥିବା ଜୁଏଲ ଓରାମ ସ୍ପଷ୍ଟ କରିଛନ୍ତି ।

ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ କହିଛନ୍ତି ଯେ, ରାଉରକେଲା ଆସନରେ ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇସାରିଛି । ତେବେ ଘୋଷଣା କରିବା ପାଇଁ ତାଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା । ଏହି ମାମଲା କ୍ଲିୟର ହୋଇଯିବା ପରେ ତାଙ୍କୁ ନେଇ ଟିକେଟ ଘୋଷଣା କରିବ ଭାରତୀୟ ଜନତା ପାର୍ଟି । ଆସନ୍ତାକାଲି ସୁଦ୍ଧା ବିଜେପି ଦିଲ୍ଲୀପଙ୍କୁ ନେଇ ଟିକେଟ ଘୋଷଣା କରିପାରେ ବୋଲି କହିଛନ୍ତି ଜୁଏଲ ଓରାମ । ତେବେ ତାଙ୍କ କହିବା ଅନୁସାରେ, ରାଉରକେଲାରେ ଦିଲ୍ଲୀପ ପ୍ରାର୍ଥୀ ହେବା ଏକପ୍ରକାର ସୁନିଶ୍ଚିତ । କେବଳ ଆନୁଷ୍ଠାନିକ ଭାବରେ ଘୋଷଣା କରିବା ବାକି ରହିଛି ।

ଏହି ନିର୍ବାଚନରେ ବାଛି ବିଚାରି ଓଡ଼ିଶାର ପ୍ରତ୍ୟେକ ଆସନ କବଜା କରିବା ପାଇଁ ପ୍ଲାନ ଚଳାଇଛି ଭାରତୀୟ ଜନତା ପାର୍ଟି । ସେଥିପାଇଁ ପ୍ରତ୍ୟେକ ଆସନରେ ଶକ୍ତିଶାଳୀ ନେତାଙ୍କୁ ଟିକେଟ ଦେଇ ବିଜୟ ଆଶାକୁ ମଧ୍ୟ ବିଜେପି ଘନୀଭୂତ କରିଛି । ୨୧ଟି ଲୋକସଭା ଆସନ ପାଇଁ ବଡ଼ ବଡ଼ ନେତାଙ୍କୁ ଟିକେଟ ଦେଇଥିବା ବେଳେ ୧୧୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଉଚିତ ପ୍ରାର୍ଥିଙ୍କୁ ମଇଦାନରେ ଓହ୍ଲାଇଛି ।

Get real time updates directly on you device, subscribe now.