fbpx
BJD SKY
BJD SKY

କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ ବୋଲି କୁହାଯାଇପାରିବନି: ଦିଲ୍ଲୀ ହାଇକୋର୍ଟ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା । କେଜ୍ରିୱାଲଙ୍କ ଆବେଦନକୁ ଖାରଜ କଲେ କୋର୍ଟ । ଅପରପକ୍ଷେ କେଜ୍ରିୱାଲଙ୍କ ଗିରଫ ଯଥାର୍ଥ ବୋଲି କହିଛନ୍ତି ମାନ୍ୟବର ଦିଲ୍ଲୀ କୋର୍ଟ । ତେବେ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ ବୋଲି କୁହାଯାଇପାରିବନି ମାନ୍ୟବର କୋର୍ଟ କହିଛନ୍ତି ।

ସୂଚନା ଥାଉକି, ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି । ତେବେ ତାଙ୍କୁ ବେଆଇନ ଭାବେ ଇଡି ଗିରଫ କରିଥିବା ସେ ଅଭଯୋଗ କରିଛନ୍ତି । ଇଡିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇଥିଲେ କେଜ୍ରିୱାଲ । କିନ୍ତୁ ହାଇକୋର୍ଟ ଯାଇ କୌଣସି ଆଶ୍ୱସ୍ତି ପାଇନାହାନ୍ତି କେଜ୍ରିୱାଲ ।

Get real time updates directly on you device, subscribe now.