fbpx

ଦିଲ୍ଲୀପ ତିର୍କି ହେଲେ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଛନ୍ତି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ । ଦିଲ୍ଲୀପ ତିର୍କିଙ୍କୁ ଆଜି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ ପଦବୀରେ ନିଯୁକ୍ତ କରାଯାଇଛି । ଏନେଇ କମିଟିର ଆବାହକ କ୍ରୀଡା ବିଭାଗ ଉପ ସଚିବ ଶୈଳେନ୍ଦ୍ର ଜେନା ସୂଚନା ଦେଇଛନ୍ତି । ଏଥିସହିତ ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର୍.କେ ଶ୍ରୀବାସ୍ତବ, ଅଧିପ ଦାସ ଆଡହକ୍ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି । ତେବେ ପୂର୍ବରୁ ଭୋଳାନାଥ ସିଂଙ୍କୁ କମିଟି ଚେୟାରମ୍ୟାନ୍ କରାଯାଇଥିଲା । ହେଲେ ଭୋଳାନାଥଙ୍କୁ ଚେୟାରମ୍ୟାନ୍ କରାଯିବାରୁ ଅନେକ ବିବାଦ ଉଠିଥିଲା । କିନ୍ତୁ ଆଜି ବିବାଦର ଅନ୍ତ ହୋଇଛି । ଦିଲ୍ଲୀପ ତିର୍କିଙ୍କୁ ଚେୟାରମ୍ୟାନ୍ କରାଯାଇଛି ।

 

Get real time updates directly on you device, subscribe now.