fbpx
BJD SKY
BJD SKY

ଘରେ ବନାନ୍ତୁ ଚକୋଲେଟ୍ ସନ୍ଦେଶ; ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ…

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛୋଟରୁ ବଡ ଯାଏଁ ସଭିଏଁ ଚକୋଲେଟ୍ ଖାଇବାକୁ ପସନ୍ଦ କରନ୍ତି । କେବଳ ଚକୋଲେଟ୍ ନୁହଁ ଚକୋଲେଟ୍ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମଧ୍ୟ ଖାଇବାକୁ ଭଲ ଲାଗେ । କିନ୍ତୁ ଏବେ ତ କରୋନା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । ତେବେ ଆପଣ ଭାବୁ ଥିବେ ଅନଲାଇନ୍ରେ କିଛି ଅର୍ଡର କରିବେ କି.. ନାହିଁ ଚିନ୍ତା କରୁଛନ୍ତି… ଘରେ ବସି ପ୍ରସ୍ତୁତ କରନ୍ତୁ ଚକୋଲେଟ୍  ତିଆରି ସନ୍ଦେଶ୍ । ଭାବୁଥିବେ ଏହା କିପରି ହେବ .. ଆଉ ଏହା ପାଇଁ କଣ ସାମଗ୍ରୀ ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ କରାଯାଏ ।

ସାମଗ୍ରୀ:  ଛେନା , କୋକୋ ପାଉଡର, ଚିନି, ପେସ୍ତା ବାଦାମ୍ , କାଜୁ, ଅଳ୍ପ ଗୁଜୁରାତି ଗୁଣ୍ଡ

 

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଛେନାକୁ ଭଲ ଭାବରେ ଚକଟି ଦିଅନ୍ତୁ । ଏହାପରେ ଛେନାରେ ୨ଚାମଚ କୋକୋ ପାଉଡର,ସ୍ୱାଦ ଅନୁସାର ଚିନିକୁ ଭଲ ଭାବରେ ମିଶାଇ ଗ୍ରାଇଣ୍ଡିଂ କରି ରଖନ୍ତୁ । ଛେନା ପରିମାଣରେ କୋକୋ ପାଉଡର ପକାଇବେ । ଅଧିକ କୋକୋ ପାଉଡର ପଡିବା ଦ୍ୱାରା ସନ୍ଦେଶ୍ର ସ୍ୱାଦ ପିତା ଲାଗିବ । ଗ୍ୟାସକୁ କମ୍ ଆଞ୍ଚ ଦେଇ ଏକ ନନଷ୍ଟିକ୍ ପ୍ୟାନ ବସାଇ ଗରମ କରନ୍ତୁ । ସେହି ପ୍ୟାନରେ ଗ୍ରାଇଣ୍ଡିଂ ହୋଇଥିବା ଛେନାକୁ ପକାଇ ଘାଣ୍ଟନ୍ତୁ ।
କିଛି ସମୟ ପରେ ଏହାର ରଙ୍ଗ ଗାଢ ହୋଇଯିବା ପରେ ପାଣି ଅଂଶ ମରିଯାଇଥିବ । ଏହାକୁ ଗ୍ୟାସ୍ଆଣି ଏକା ପ୍ଲେଟ୍ କୁ କାଢ଼ି ଦିଅନ୍ତୁ । ଏହା ଥଣ୍ଡା ହେଲା ପରେ ପୁଣି ଏହାକୁ ଚକଟନ୍ତୁ । ଏହା ପରେ ଛୋଟ ଛୋଟ ଗୋଲ କରିନ୍ତୁ । ଏହା ସୁନ୍ଦର ଦେଖା ଯିବା ତା’ଉପରେ ଚକୋଲେଟ୍ ରେ ସିରପ୍ ପକାଇ ପକାନ୍ତୁ ଏହାପରେ ସ୍ଲାଇସ୍ କଟା ଯାଇଥିବା ପେସ୍ତା ବାଦାମ କାଜୁ ଓ ଗୁଜୁରାତି ଗୁଣ୍ଡ ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚକୋଲେଟ୍ ସନ୍ଦେଶ୍

 

Get real time updates directly on you device, subscribe now.