fbpx

ପାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌: ଫେରାଇଦେଲେ ପ୍ରକୃତ ମାଲିକଙ୍କୁ

Advertisement

ଅହମ୍ମଦାବାଦ: ହଜିଯାଇନି ସଚ୍ଚୋଟପଣିଆ । ଆଜିବି ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର ଭାବେ ସେମାନଙ୍କର କର୍ତ୍ତବ୍ୟ କରୁଛନ୍ତି । ଆଉ ଏଭଳି ଏକ ଘଟଣା ଘଟିଛି ଗୁଜରାଟ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯେଉଁଠାରେ ଜଣେ ସଫେଇ କର୍ମଚାରୀଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥଲା ଏବଂ ସେ ଏହି ବ୍ୟାଗ୍‌କୁ ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଥିଲେ ।

ଘଟଣା ଅନୁଯାୟୀ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ଜ୍ୟାକି ଚାଭଡ଼ା ନାମକ ଜଣେ ସଫେଇ କର୍ମଚାରୀ ସୁରକ୍ଷା ଯାଞ୍ଚରେ ବ୍ୟବହୃତ ହେଉଥିବା ଟ୍ରେ କୁ ସଫା କରୁଥିବାବେଳେ ତାଙ୍କୁ ସେଠାରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥିଲା । ଯେଉଁଥିରେ 750 ଡଲାର ରହିଥଲା । ତେବେ ସେ ଭାବିଥିଲେ କେହି ହୁଏତ ସୁରକ୍ଷା ଯାଞ୍ଚ ପରେ ବ୍ୟାଗ ନେବାକୁ ଭୁଲିଯାଇଛନ୍ତି । ଏହାପରେ ସେ ଏହାକୁ ସିଆଇଏସଫ୍‌ କମର୍ଚାରୀଙ୍କ ସାହଯ୍ୟରେ ବ୍ୟାଗର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଥିଲେ ।

ବିମାନ ବନ୍ଦର ତରଫରୁ କୁହଯାଇଛି ଚାଭଡ଼ା ବ୍ୟାଗଟିକୁ ପାଇବା ପେର ସଙ୍ଗେ ସଙ୍ଗେ ସିଆାଇଏସଏଫ କର୍ମଚାରୀଙ୍କୁ ଦେଇଥିଲେ ଏହାପରେ ସିସିଟିଭି ଫୁଟେଜ ଆାଧାରରେ ବ୍ୟାଗର ମାଲିକଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ବ୍ୟାଗ ହସ୍ତାନ୍ତର କରାଯାଇଥିଲା । ବ୍ୟାଗରେ ଥିବା 750 ଡଲାରର ମୂଲ୍ୟ ପ୍ରାୟ 55 ହାଜରରୁ ଅଧିକ ।

Get real time updates directly on you device, subscribe now.