fbpx
BSKY SKY
BSKY SKY

ଦୁନିଆର ସବୁଠାରୁ ସୁନ୍ଦର ମସଜିଦ୍ ; ଜାଣନ୍ତୁ ଏହା କେଉଁଠାରେ ରହିଛି …

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଦୁନିଆରେ ବହୁତ ସୁନ୍ଦର ମନ୍ଦିର କିମ୍ବା ଅଟ୍ଟାଳିକା ସହ ଅନେକ ଦୃଶ୍ୟ ଦେଖିବାକୁ ପାଇଥିବେ । କିନ୍ତୁ କେବେ ଆପଣ ସୁନ୍ଦର ମସଜିଦ୍  ଦେଖିଛନ୍ତି । ଯାହାକୁ ଦେଖି ଆପଣ କହିବେ ଓଃ..କି ସୁନ୍ଦର..। ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଏଭଳି କିଛି ମସଜିଦ୍ ବିଷୟରେ କହିବୁ ଯାହା ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଇସଲାମିକ୍ ଧର୍ମସ୍ଥଳ ହେବା ସହିତ ସୁନ୍ଦରତାରେ ମଧ୍ୟ ପରିପୂର୍ଣ୍ଣ ମସଜିଦ୍ ଅଛି । ଯାହା ସୁନ୍ଦରତା ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ ଜାଣିବା ପ୍ରସିଦ୍ଧ ରହିଥିବା ମସଜିଦ୍ ବିଷୟରେ ..।

ଜାମା ମସଜିଦ୍ :

ଭାରତରେ ଥିବା ଜାମା ମସଜିଦ୍ ସମଗ୍ର ବିଶ୍ୱରେ ବହୁ ପ୍ରସିଦ୍ଧ । ଏହା ୧୬୫୬ରେ ନିର୍ମିତ ହୋଇଥିଲା । ଦିଲ୍ଲୀରେ ପ୍ରତିଷ୍ଠିତ ଏହି ମସଜିଦ୍ ମୋଗଲ ସମ୍ରାଟ୍ ଶାହା ଜାହାନଙ୍କ ଦ୍ୱାରା ନିର୍ମିତ । ଏହା ଭାରତର ସବୁଠାରୁ ବଡ ତଥା ପ୍ରସିଦ୍ଧ ମସଜିଦ୍ । ଏହାର ବିଶେଷତ୍ୱ ହେଉଛି ୨୫,୦୦୦ ଲୋକ ଏଠାରେ ଏକା ସମୟରେ ନମାଜ ପାଠ କରି ପାରିବେ ।

ଅଲ-ହରମ ମସଜିଦ୍ :

ଏହି ମସଜିଦ୍ ସାଉଦି ଆରବର ମକ୍କାରେ ରହିଛି । ଏଠାରେ ମୁସଲମାନ ଲୋକମାନେ ପ୍ରତିବର୍ଷ ହଜ୍ ପାଇଁ ଯାଇଥାନ୍ତି । ଏହା ମଧ୍ୟ ଦୁନିଆର ସବୁଠାରୁ ବଡ ମସଜିଦ୍ । ଏଠାରେ ଲୋକାମାନେ ଦିନରେ ୫ଥର ନମାଜ ପାଠ କରନ୍ତି ।

ନୀଳ ମସଜିଦ୍ :

ନୀଳ ମସଜିଦ୍ ତୁର୍କୀ ସହରର ଇସ୍ତାନବୁଲ ଠାରେ ଅବସ୍ଥିତ । ଏହାର ଭିତର କାନ୍ଥ ଓ ଟାଇଲ ଗୁଡିକ ନୀଳ ହୋଇଥିବାରୁ ଏହାକୁ ନୀଳ ମସଜିଦ୍ କିମ୍ବା ବ୍ଲୁ ମସଜିଦ୍ କୁହାଯାଏ । ଏହାର ନିର୍ମାଣ ୧୬୦୯ରୁ ୧୬୧୬ ଭିତରେ ହୋଇଛି ବୋଲି କୁହାଯାଏ । ଏଠାରେ ନିର୍ମିତ ୬ଟି ମିନାର ଛୁଞ୍ଚି ପରି ଦେଖିବାକୁ ମିଳେ । ଯାହାକି ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ । ଏହାର ସ୍ଥାପତ୍ୟ ପାରମ୍ପାରିକ ଇସଲାମ ଧର୍ମକୁ ପ୍ରତିଫଳିତ କରେ ।

ମସଜିଦ୍-ଏ-ନବୱି:

ମସଜିଦ୍-ଏ-ନବୱି’ ପୋଙ୍ଗବର ମସଜିଦ ନାମରେ ପ୍ରସିଦ୍ଧ । ଏହି ମସଜିଦ୍ ସାଉଦି ଆରବର ମେଦିନା ସହରରେ ଅବସ୍ଥିତ । ଏହା ମଧ୍ୟ ଇସଲାମର  ଦ୍ୱିତୀୟ ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଏ । ଏହି ମସଜିଦର କାନ୍ଥ ଗୁଡିକ ଇଟା ଓ ପଥରରେ ନିର୍ମିତ । ଏହାର ଛାତ କାଠରେ ନିର୍ମିତ ।

ମହମ୍ମଦ ଅଲି ମସଜିଦ:

ମହମ୍ମଦ ଅଲି ମସଜିଦ୍ ଇଜିପ୍ଟର ରାଜଧାନୀ କାହିରାରେ ନିର୍ମାଣ ହୋଇଛି । ଏହି ମସଜିଦ ୧୮୩୦ ରୁ ୧୮୪୮ ମଧ୍ୟରେ ନିର୍ମିତ ହୋଇଥିଲା । ଏହା ସବୁଠାରୁ ପ୍ରସିଦ୍ଧ ସହ ମସଜିଦ ମଧ୍ୟରୁ ଅନ୍ୟତମ ଅଟେ । ଏଠାକୁ ଆସୁଥିବା ଯାତ୍ରୀମାନେ ପ୍ରଥମେ ଏହି ମସଜିଦକୁ ଦର୍ଶନ କରନ୍ତି ।

Get real time updates directly on you device, subscribe now.