fbpx

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିଲା ଆଶ୍ୱସ୍ତି, ପ୍ରତି ମାସରେ ମିଳିବ ଏତିକି ଟଙ୍କା ପେନସନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶିଶୁ ସେବା ଯୋଜନା ଅଧୀନରେ ୪ହଜାର ଟଙ୍କାର ମାସିକ ପେନସନ୍ ଦେବା ନେଇ ଘୋଷଣା କରିଛନ୍ତି । କୋଭିଡ୍ ମହାମାରୀ କାଳରେ ବାପା ମା’ଙ୍କୁ ହରାଇଥିବା ପିଲାମାନଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତି ନେଇଛନ୍ତି । ସେ ଆଜି ଏନେଇ ଘୋଷଣା କରି କହିଛନ୍ତି ଯେ, ଶିଶୁ ସେବା ଯୋଜନା ଅଧୀନରେ ବାପା ମା’ ହରାଇଥିବା ପିଲାମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୪୦୦୦ ଟଙ୍କା ଦିଆଯିବ ।

ତେବେ ଏହା ଘୋଷଣା କରିବା ସମୟରେ ସେ କୋଭିଡ୍ ସମୟରେ ଅନାଥ ହୋଇଥିବା ପିଲାଙ୍କ ସଂଖ୍ୟା କହିଛନ୍ତି । ଗୋରଖପୁରରେ ୬ଜଣ ପିଲା ରହିଛନ୍ତି ଯେଉଁମାନେ କୋଭିଡ୍ ସମୟରେ ବାପା ମା’ଙ୍କୁ ହରାଇଛନ୍ତି । ତେବେ ପୂରା ରାଜ୍ୟରେ ପାଖାପାଖି ୧୭୪ ଜଣ ପିଲା ରହିଛନ୍ତି ଯେଉଁ ମାନେ ପରିବାରର ରୋଜଗାର କରୁଥିବା ସଦସ୍ୟଙ୍କୁ ହରାଇଛନ୍ତି ।

Get real time updates directly on you device, subscribe now.