fbpx

ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୦ ପ୍ରତିଶତ ବୃଦ୍ଧି ପାଇଛି : CBDT

Advertisement

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବାର୍ଷିକ ଭିତ୍ତିରେ ୨୦ ପ୍ରତିଶତ ବୃଦ୍ଧି ପାଇ ୧୫ ଦଶମିକ ୬/୦ ଟ୍ରିଲିଅନ୍‍ ଟଙ୍କା ହୋଇଛି ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍‍ ଡାଇରେକ୍ଟ ଟ୍ୟାକ୍ସ ସି.ବି.ଡି.ଟି’ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିମାଣ ପୂର୍ଣ୍ଣ ଆର୍ଥିକବର୍ଷ ପାଇଁ ସଂଶୋଧିତ ବଜେଟ୍‍ ଆକଳନର ୮୦ ପ୍ରତିଶତ ବୋଲି ସିବିଡିଟି ପକ୍ଷରୁ ଆକଳନ କରାଯାଇଛି । ସେହିଭଳି ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଅସ୍ଥାୟୀ ଆକଳନ ସ୍ଥିର ଅଭିବୃଦ୍ଧି ପଞ୍ଜୀକରଣ ଜାରି ରହିଥିବାବେଳେ ଗତ ୧୦ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ମୋଟ ୧୮ ଦଶମିକ ୩/୮ ଟିଲିୟନ୍‍ ଟଙ୍କା ହୋଇଛି ।

୨୦୨୨-୨୩ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ଆଦାୟ ହୋଇଥିବା ମୋଟ ସଂଗ୍ରହଠାରୁ ଚଳିତ ଆର୍ଥିକ ବର୍ଷର ଆଦାୟ ପରମାଣ ୧୭.୩୦% ଅଧିକ ରହିଛି। ସେହିପରି ୨୦୨୪ ଫେବୃଆରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ମୋଟ ୧୫.୬୦ ଟ୍ରିଲିୟନ ଟଙ୍କା ରହିଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ମୋଟ ୨୦.୨୫% ଅଧିକ ସିବିଡିଟି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସର ସମୁଦାୟ ସଂଶୋଧିତ ଆକଳନଗୁଡିକର ୮୦.୨୩% ହୋଇଥିଲାବେଳେ ୨୦୨୩ ଏପ୍ରିଲ ୧ରୁ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ୨.୭୭ ଟ୍ରିଲିୟନ ଟଙ୍କା ଫେରସ୍ତ ପ୍ରଦାନ କରାଯାଇଛି।

Get real time updates directly on you device, subscribe now.