fbpx

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ ସିଂହ

ନୂଆଦିଲ୍ଲୀ ୨୯ ।୪ (ଓଡ଼ିଶା ଭାସ୍କର) : କରୋନା ସଂକ୍ରମିତରୁ ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଆଜି ତାଙ୍କୁ ଏମ୍ସ ଟ୍ରାମା କେୟାରୁ ଡିସର୍ଚାଜ କରାଯାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଗତ ୧୯ ତାରିଖରେ ମନମୋହନ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଏମ୍ସ ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା। ମନମୋହନ ସିଂହଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଇଛି। ସେ ମଧୁମେହ ରୋଗରେ ପୀଡିତ।

ମନମୋହନ ସିଂହଙ୍କ ଦୁଇଟି ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି। ୧୯୯୦ ରେ ତାଙ୍କର ପ୍ରଥମ ସର୍ଜରୀ ହୋଇଥିଲା ଜ୍ଝ ପ୍ରଥମ ସର୍ଜରୀ ୟୁକେରେ ହୋଇଥିଲା। ୨୦୦୪ ରେ ଏସ୍କର୍ଟ ହସ୍ପିଟାଲରେ ଏନଜିଓପ୍ଲାଷ୍ଟି ହୋଇଥିଲା। ୨୦୦୯ ରେ ଏମ୍ସରେ ତାଙ୍କର ଦ୍ୱିତୀୟ ପାଇପାସ ସର୍ଜରୀ ହୋଇଥିଲା।

Get real time updates directly on you device, subscribe now.