fbpx
BJD SKY
BJD SKY

ଖୁଲାସା ! ପାକିସ୍ତାନର କାଙ୍ଗାଳ ପରିସ୍ଥିତି ପାଇଁ ଏହି ଲୋକ ଦାୟୀ

BJD

ଇସଲାମବାଦ : ଆଜିକାଲି ପାକିସ୍ତାନ କାଙ୍ଗାଳ ପରିସ୍ଥିତି ଦେଇ ଗତି କରୁଛି। ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ଦୂରର କଥା ଲୋକ ଖାଦ୍ୟ ପାନୀୟ ଭଳି ମୌଳିକ ସୁବିଧା ପାଉନାହାନ୍ତି । ଖାଦ୍ୟ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । କିନ୍ତୁ ଏସବୁର କୌଣସି ପ୍ରଭାବ ପଡୁନାହିଁ ପ୍ରଧାନମନ୍ତ୍ରୀ ଉପରେ ।

ଏକ ପୁରାତନ ଦସ୍ତାବିଜରୁ ଜଣାପଡିଛି ଯେ, ପାକିସ୍ତାନର ଏହି ପରିସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହିଁ ଦାୟୀ । ସେ ତାଙ୍କ ବାସଭବନ (ବାନିଗ୍ଲା) ରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚ ଶେଲଟର ହୋମ୍ ବା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଥିବା ଖର୍ଚ୍ଚଠାରୁ ପାଞ୍ଚ ଗୁଣ ଅଧିକ ।

‘ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍’ ଅନୁଯାୟୀ ପାକିସ୍ତାନରେ ବେତୁଲ ମାଲ (ପିବିଏମ) ତତ୍ତ୍ୱବଧାନରେ ସାରା ଦେଶରେ ୩୯ ଟି ଏହସାସ ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯାଇଥିଲା। ଏହି ଯୋଜନା ମୁଖ୍ୟତଃ ଭୂମିହୀନ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା, ଉତ୍ତମ ଖାଦ୍ୟ ଇତ୍ୟାଦି ଯୋଗାଇବା ପାଇଁ ଚାଲିଥିଲା । ବର୍ତ୍ତମାନ ପର‌୍ୟ୍ୟନ୍ତ ପାକିସ୍ତାନରେ ୩୯ ଟି ଏହସାସ ଆଶ୍ରୟସ୍ଥଳ ରହିଛି । ଆଜି ପଯ୍ୟନ୍ତ ଏଥିପାଇଁ କେବଳ ୧୮.୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଗରିବଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଥିବା ତୁଳନାରେ ଇମ୍ରାନ ଖାନଙ୍କ ବାସଭବନରୁ ଅଫିସକୁ ଯାତାୟାତରେ ଜାତୀୟ ଖର୍ଚ୍ଚ ୯୮.୪ କୋଟି ଟଙ୍କା ଥିଲା। କ୍ଷମତାକୁ ଆସିବା ପରେ ପିଡିଏମ ସରକାର ଇମ୍ରାନ ଖାନଙ୍କ ହେଲିକପ୍ଟର ଖର୍ଚ୍ଚର ବିବରଣୀ ପ୍ରକାଶ କରିଛନ୍ତି।

ଏପ୍ରିଲ ୨୦୨୨ ରେ ସଂପୃକ୍ତ ବିଭାଗର ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ଦ୍ୱାରା ପ୍ରକାଶିତ ଦଲିଲରୁ ଜଣାପଡିଛି ଯେ ୟପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଯାତ୍ରା ଖର୍ଚ୍ଚଠାରୁ ଅଧିକ ହେଲିକପ୍ଟରର ରକ୍ଷଣାବେକ୍ଷଣ ପାଇଁ ୫୧୧.୯୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Get real time updates directly on you device, subscribe now.