fbpx

ବ୍ଲଡ୍ ନୁହେଁ ବରଂ ଶବ୍ଦରୁ ଜଣାପଡ଼ିବ ରୋଗ: ବୈଜ୍ଞାନିକମାନେ ପ୍ରସ୍ତୁତ କରୁଛନ୍ତି ଟେକ୍ନୋଲୋଜି   

ନୂଆଦିଲ୍ଲୀ: ଟେକ୍ନୋଲୋଜିର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ହେଉଛିି । ମେଡିକାଲ କ୍ଷେତ୍ରକୁ ମଜବୁତ କରିବା ପାଇଁ ଗବେଷକମାନେ ପ୍ରତିଦିନ କିଛି ନା କିଛି ନୂଆ ଖୋଜ୍ ପାଇଁ ପ୍ରୟାସ କରୁଛନ୍ତି । ଏହି କ୍ଷେତ୍ରର କ୍ଷମତାକୁ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ବିସ୍ତାର କରଯାଉଛି । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକମାନେ ଏବେ କାହାର ଧ୍ୱନିରୁ ରୋଗ ଖୋଜିବା ପାଇଁ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି । ଗବେଷକ ଏକ ଡାଟାବେସ ପ୍ରସ୍ତୁତ କରିଛନ୍ତି, ଯାହାର ବ୍ୟବହାର ଦ୍ୱାରା ମଣିଷର ଧ୍ୱନି ଶୁଣି ତାଙ୍କୁ ହୋଇଥିବା ରୋଗର କାରଣ ଜାଣାପଡ଼ିବ । ଏଆଇ ବେସ୍ଡ ଏହି ଟୁଲ୍ ର ବ୍ୟବହାର ଅଲଜାଇମରଠାରୁ ନେଇ କ୍ୟାନ୍ସର ପର୍ଯ୍ୟନ୍ତ ଡାଇଗ୍ନୋସିସ୍ ହୋଇପାରିବ ।

ଏହା ଉପରେ କାମ କରୁଥିବା ଇନଷ୍ଟିଚ୍ୟୁଟ୍ ର କହିବା ଅନୂଯାୟୀ ସେ ବ୍ୟକ୍ତିଙ୍କ ଶବ୍ଦର ବ୍ୟବହାର କରି ରୋଗର ଜଣାପଡ଼ିବା ପାଇଁ ଟେକ୍ନୋଲୋଜି ବିକଶିତ କରିବାର ପ୍ରୟାସ କରୁଛନ୍ତି । ଏହା ଠିକ୍ ସେହିପରି ଭାବରେ କାମ କରିବ ଯେମିତି ଏବେ ବ୍ଲଡ୍ କିମ୍ବା ତାପମାତ୍ରା ଜରିଆରେ କାହାର ସ୍ୱାସ୍ଥ୍ୟ ବିଷୟରେ ସୂଚନା ମିଳିଥାଏ ।

ଏହି ପ୍ରୋଜେକ୍ଟ ସହ ଜଡ଼ିତ ପ୍ରୋଫେସର ଅଲିଭିର ଏଲିମେଣ୍ଟୋ କହିଛନ୍ତି ଯେ ‘ଭଏସ ଡାଟାର ଭଲ କଥା ହେଉଛି ଯେ ଏହା ସମ୍ଭବତଃ ସବୁଠୁ ଶସ୍ତା ଡାଟା ଅଟେ, ଯାହାକୁ ଆପଣ କୌଣସି ୟୁଜରଙ୍କ ଠାରୁ ସଂଗ୍ରହ କରିପାରିବେ । ସେ କହିଛନ୍ତି ଯେ ଏହା କୌଣସି ରୋଗୀଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ସବୁଠୁ ଅଧିକ ସହଜ ଉପାୟ । ତେବେ ଗବେଷକମାନେ ଏହା ଉପରେ ଟେକ୍ନୋଲୋଜୀ ପାଇଁ ଭଏସ ଇନଫରମେସନ ସଂଗ୍ରହ କରିବାର ଉତ୍ତମ ଉପାୟ ଖୋଜି ନାହାଁନ୍ତି ।

ତେବେ ଏହି ରିସର୍ଚ୍ଚ ସଫଳ ହେଲେ ଭବିଷ୍ୟତରେ ଆପଣଙ୍କ ଶବ୍ଦ ଏଭଳି ଏକ ସାମ୍ପୁଲ ହୋଇପାରିବ । ବିଶେଷଜ୍ଞ ଏବେ ଏହି ସେକ୍ଟର ଉପରେ କାମ କରୁଛନ୍ତି ଏବଂ ଏହା ପୂରା ହେବାକୁ କେତେ ସମୟ ଲାଗିବ ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ବୈଜ୍ଞାନିକମାନେ ଲୋକମାନଙ୍କ ଶବ୍ଦର ଏକ ଡାଟାବେସ୍ ପ୍ରସ୍ତୁତ କରିବେ, ଯାହାର ବ୍ୟବହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ବିକସିତ କରିବା ପାଇଁ କରାଯିବ । ରିସର୍ଚ୍ଚର ଟିମ୍ ଏକ ନୂଆ ଆପ୍ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି, ଯାହା ଲୋକଙ୍କ ଭଏସକୁ ସାମ୍ପୁଲ ସଂଗ୍ରହ କରିବ ।

ତେବେ କେବଳ ଯେ ମେଡିକାଲ ଇଣ୍ଡଷ୍ଟ୍ରୀ ହିଁ ନୁହେଁ ବରଂ ବଡ଼ ବଡ଼ ଟେକ୍ କମ୍ପାନୀ ମଧ୍ୟ ଲୋକଙ୍କ ଶବ୍ଦର ବ୍ୟବହାର ଭଏସ ଆସିଣ୍ଟାଣ୍ଟ ପ୍ରସ୍ତୁତ କରିବା ପାଇଁ କରୁଛନ୍ତି । ଆମାଜନ୍ ଏକ ପେଟେଣ୍ଟ ଫାଇଲ କରିଛି, ଯାହାର ବ୍ୟବହାର କରି ଆଲେକ୍ସା ଜାଣିପାରିବ ଯେ ଲୋକଙ୍କୁ ଇମୋସନାଲ କିମ୍ବା ଅନ୍ୟ କୌଣସି ଅସୁବିଧା ରହିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମର ଲାଇଫରେ ଅନେକ କାମ ସହଜ କରିବାକୁ ଯାଉଛି ।

Get real time updates directly on you device, subscribe now.