fbpx
BSKY
BJD SHG SKY
BJD YOUTH SKY

ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତ ମ୍ଯାଚକୁ Disney+ Hotstarରେ ଦେଖିଲେ ରେକର୍ଡ ୪.୩ କୋଟି ଦର୍ଶକ

ଧର୍ମଶାଳା: ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ମ୍ୟାଚରେ ଭାରତ 4 ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ରୋମାଞ୍ଚକର ମ୍ୟାଚକୁ ଗ୍ରାଉଣ୍ଡରେ ଦର୍ଶକ ଭରପୁର ଉପଭୋଗ କରିଥିବା ବେଳେ ଅନଲାଇନରେ ଦର୍ଶକଙ୍କ ସଂଖ୍ୟା ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ୨୦ ବର୍ଷରେ ପ୍ରଥମଥର ପାଇଁ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା ସେ ସମୟରେ ଅନଲାଇନ ପ୍ରସାରଣ କରୁଥିବା Disney+ Hotstar ରେ ୪.୩ କୋଟି ଲୋକେ ଏହି ମ୍ୟାଚକୁ ଉପଭୋଗ କରିଥିଲେ। ଯାହା ଏକ ବିଶ୍ବ ରେକର୍ଡ।

ଭାରତ ପାଇଁ ଏହି ମୁକାବିଲାରେ ମହମ୍ମଦ ଶାମି ଏବଂ ବିରାଟ କୋହଲୀ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଥିଲେ, କିନ୍ତୁ ବିରାଟ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ତେବେ ଏହି ମ୍ୟାଚର ଅନଲାଇନ ଦର୍ଶକ ସଂଖ୍ୟା ଭାରତ-ପାକିସ୍ତାନଠାରୁ ମଧ୍ୟ ବଳି ଯାଇଛି । ଗତ ୧୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚକୁ ୩.୫ କୋଟି ଦର୍ଶକ ଦେଖୁଥିବା ବେଳେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ଏକସଙ୍ଗେ ୪.୩ କୋଟି ଦର୍ଶକ ମୋବାଇଲରେ ଦେଖୁଥିଲେ । କୌଣସି କ୍ରୀଡ଼ାକୁ ଅନଲାଇନରେ ସର୍ବାଧିକ ଦର୍ଶକ ଦେଖିବା କ୍ଷେତ୍ରରେ ଏହି ମ୍ୟାଚ ବିଶ୍ୱରେକର୍ଡ କରିଛି ।

ଗତ ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସୁପର-୪ ମୁକାବିଲାକୁ ୨.୮ କୋଟି ଲୋକ ଲାଇଭ୍ ଦେଖିଥିଲେ । ସେ ସମୟରେ ତାହା ଅନେକ ପୁରୁଣା ରେକର୍ଡ ଭାଙ୍ଗିଥିଲା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶହ ସେ ବାବଦରେ ସୂଚନା ଦେଇଥିଲେ । ଚଳିତ ବିଶ୍ୱକପରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ୨.୫ କୋଟି ଲୋକ ଲାଇଭ୍ ଦେଖିଥିବା ବେଳେ ୨୦୧୯ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ୨.୫୨ କୋଟି ଲୋକ ଦେଖିଥିଲେ ।

Get real time updates directly on you device, subscribe now.