fbpx

ଆଜି ମହାମାୟାଙ୍କ ମହାନବମୀ ପୂଜା; ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ନବମୀ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା

ଓଡିଶା ଭାସ୍କର; ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ରୀତିନୀତି ଭିତରେ ସିଂହବାହିନୀଙ୍କ ନବମୀ ପୂଜାର୍ଚ୍ଚନା କରାଯାଉଛି । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠୁଛି । ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କୁ ଆଜି ମହାନବମୀ ଦର୍ଶନ ଦେଉଛନ୍ତି ମହିଷମର୍ଦିନୀ ମା’ ଦୁର୍ଗା । ଏହି ମହାନବମୀ ଅବସରରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ସମ୍ବଲପୁର ସମେତ ସବୁଠି ପ୍ରବଳ ଗହଳି ଲାଗିଥିବା ଦେଖିବାକୁ ମିଳିଛି । ପାର୍ବଣର ଖୁସିରେ ବୁଲାବୁଲି ସାଙ୍ଗକୁ ନାଚ ଗୀତର ଆସର ମଧ୍ୟ ବେଶ ଜମୁଥିବା ଦେଖିବାକୁ ମିଳୁଛି ।

ସୁନ୍ଦର କାରୁକାର୍ୟ୍ୟ ଭିତରେ ମା’ଙ୍କ ମେଢ଼ ଓ ପୂଜା ମଣ୍ଡପର ତୋରଣ ଝଲସି ଉଠୁଛି । ଗତକାଲି ଅଷ୍ଟମୀ ଦର୍ଶନ ସମାପ୍ତ ହୋଇଥିବା ବେଳେ ଆଜି ମହାମାୟାଙ୍କ ମହାନବମୀ ଦର୍ଶନ ଜାରି ରହିଛି । ଯାହାକୁ ନେଇ ସମସ୍ତ ଶ୍ରଦ୍ଧାଳୁ ମାନେ ବେଶ ଉତ୍ସାହିତ ରହିଛନ୍ତି ।

ମହାନବମୀ ପୂଜା ଅବସରରେ କନ୍ୟା ପୂଜାର ମହତ୍ତ୍ୱ:-

ନବରାତ୍ରୀର ଶେଷଦିନରେ ମହିଷମର୍ଦିନୀ ମା’ ଦୁର୍ଗା ସିଦ୍ଧିଦାତ୍ରୀ ଭାବେ ପୂଜା ପାଆନ୍ତି। ଏହି ପୂଜାରେ ଯେଉଁମାନେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ ମାଆଙ୍କୁ ଉପାସନା କରନ୍ତି, ସେମାନଙ୍କ ସବୁ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମହାନବମୀରେ କନ୍ୟା ପୂଜନର ବିଶେଷ ମହତ୍ତ୍ୱ ରହିଛି। କନ୍ୟା ପୂଜନରେ ୯ କନ୍ୟାଙ୍କୁ ପୂଜା କରିବାର ପରମ୍ପରା ରହିଛି। ଜଣେ ଶିଶୁ ପୁତ୍ରକୁ ମଧ୍ୟ ଏହି ପୂଜାରେ ଆମନ୍ତ୍ରିତ କରାଯାଇଥାଏ। କନ୍ୟା ପୂଜନରେ ସମସ୍ତ କନ୍ୟାଙ୍କୁ ନାଲି ଓଢଣୀ ପିନ୍ଧାଇ ମଥାରେ ସିନ୍ଦୁର ଚନ୍ଦନ ତିଳକ ଲଗାଇ ସଜ୍ଜିତ କରାଯାଇଥାଏ । ଆଦର ଓ ପ୍ରେମଭାବ ସହ ସମସ୍ତଙ୍କୁ ଭୋଜନ ଦିଆଯାଇଥାଏ । ଭୋଜନ ପରେ ସମସ୍ତଙ୍କୁ ଖୁସିରେ ଉପହାର ମଧ୍ୟ ପ୍ରଦାନ କରାଯାଏ। କନ୍ୟାଙ୍କ ଚରଣ ସ୍ପର୍ଶ କରି ସ୍ନେହ ସହକାରେ ସମସ୍ତଙ୍କୁ ପୁଣି ବିଦାୟ ଦେବାର ପରମ୍ପରା ରହିଛି ।

Get real time updates directly on you device, subscribe now.