fbpx
BSKY
BJD SHG SKY
BJD YOUTH SKY

ସିଆଚିନରେ ଦେଶର ପ୍ରଥମ ଅଗ୍ନିବୀର ଯବାନ ସହିଦ, ଜାଣନ୍ତୁ ପରିବାରକୁ କ’ଣ ମିଳିବ ସହାୟତା ?

ନୂଆଦିଲ୍ଲୀ: ସିଆଚିନରେ ଡ୍ୟୁଟି କରୁଥିବା ସମୟରେ ଉଚ୍ଚତା ସମ୍ବନ୍ଧୀୟ ଚିକିତ୍ସା ଅବସ୍ଥା ହେତୁ ଅଗ୍ନିବୀର ଗାୱେଟ୍ ଅକ୍ଷୟ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ, ଗାୱେଟ୍ ଅକ୍ଷୟ ଲକ୍ଷ୍ମଣ ହେଉଛନ୍ତି ପ୍ରଥମ ଅଗ୍ନିବୀର ଯିଏ ଅଗ୍ନିପଥ ମଡେଲ ଅଧୀନରେ ନିଯୁକ୍ତ ହୋଇଥିଲେ ଏବଂ ଡ୍ୟୁଟିରେ ମୃତ୍ୟୁ ବରଣ କରିଥିଲେ ।

ତାଙ୍କ ମୃତ୍ୟୁରେ ସେନା ମୁଖ୍ୟାଳୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ଶୋକସନ୍ତପ୍ତ ପରିବାର ସହ ଠିଆ ହେବ ବୋଲି କହିଛି । ଏଥିସହିତ ମୃତ ଅଗ୍ନିବୀରଙ୍କ ପରିବାରକୁ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଦିଆଯିବ ବୋଲି କୁହାଯାଇଛି ।

ଭାରତୀୟ ସେନା ସୋସିଆଲ ସାଇଟରେ ଲେଖିଛନ୍ତି ଏହି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ସହିତ ଭାରତୀୟ ସେନା ଦୃଢ଼ ଭାବରେ ଠିଆ ହୋଇଛି ।

ତେବେ ସେନାବାହିନୀର ଦଶନ୍ଧି ପୁରୁଣା ନିଯୁକ୍ତି ବ୍ୟବସ୍ଥାଠାରୁ ଅଗ୍ନିପଥ୍ ମଡେଲ୍ ସମ୍ପୂର୍ଣ୍ଣ ଭିନ୍ନ । ଚାରି ବର୍ଷ ପାଇଁ ସୈନିକ ନିଯୁକ୍ତି ପାଇଁ ଏହାର ଏକ ବ୍ୟବସ୍ଥା ଅଛି, ତାହା ମଧ୍ୟରୁ ସ୍କ୍ରିନିଂ ପରେ ସେଥିରୁ ୨୫% ଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ନିୟମିତ ସେବାରେ ରଖିବା ପାଇଁ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଅନୁଯାୟୀ ଅଗ୍ନିବୀର ନିଯୁକ୍ତ କରାଯାଇଛି ।

ମୃତ ଅଗ୍ନିବୀରଙ୍କ ପରିବାରକୁ କ’ଣ ସାହାଯ୍ୟ ଦିଆଯିବ ଜାଣନ୍ତୁ-

୧. ୪୮ ଲକ୍ଷ ଟଙ୍କାର ଅଣ-ଅବଦାନ ବୀମା ।
୨. ୪୪ ଲକ୍ଷର ଅନୁଗ୍ରହ ରାଶି ।
୩. ସେବା ନିଧିେରେ ଅଗ୍ନିବୀର (୩୦%)ର ଯୋଗଦାନ, ସରକାରଙ୍କ ଦ୍ୱାରା ସମାନ ଯୋଗଦାନ ଓ ଏହା ଉପରେ ସୁଧ ।
୪. ମୃତ୍ୟୁର ତାରିଖରୁ ୪ ବର୍ଷ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ଦରମା ମିଳିବ, ଅବଶିଷ୍ଟ କାର୍ଯ୍ୟକାଳ ଅନୁଯାୟୀ ।
୫. ସଶସ୍ତ୍ର ବାହିନୀ ଯୁଦ୍ଧ କାଜୁଆଲିଟି ପାଣ୍ଠିରୁ ₹ ୮ ଲକ୍ଷର ସହାୟତା ।

Get real time updates directly on you device, subscribe now.