fbpx

ମାନିଲେନି କରୋନା କଟକଣା, କାନଧରି ହେଲେ ଉଠବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସାରା ଦେଶରେ କଡ଼ା କଟକଣା ବଳବତ୍ତର ରହିଛି । ଅନେକ ସ୍ଥାନରେ ଲକଡାଉନ ସହ ସପ୍ତାହନ୍ତ ଶଟଡାଉନ ଜାରି ରହିଛି । କିନ୍ତୁ ସାଧାରଣ ଜନତାଙ୍କ ଭଲ ପାଇଁ ସରକାର ଜାରି କରିଥିବା ଏହି କଟକଣାକୁ ଅନେକ ମାନୁନାହାନ୍ତି । ଏଭଳି ଅମାନିଆଙ୍କ ପାଇଁ ପୋଲିସ୍ ମଧ୍ୟ ନାକେଦମ୍ ହେଉଛନ୍ତି । ଆଉ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ୍ ବାଧ୍ୟ ହୋଇ ଫାଇନ୍ ଆଦାୟ କରୁଛି । ଠିକ୍ ସେହିପରି କେତେକ ଅମାନିଙ୍କୁ ପୋଲିସ୍ କାନଧରି ଉଠ୍ ବସ୍ କରାଇଛି । ସମ୍ପ୍ରତି ଏଭଳି ଏକ ଭିଡିଓ ସୋସିଆଲ୍ ସାଇଟ୍ ରେ ଭାଇରାଲ୍ ହେବାରେ ଲାଗିଛି ।

କରୋନା ପାଇଁ କଟକଣା ନିୟମ ଉଲ୍ଲଘଂନ କରୁଥିବା ଭଳି ଘଟଣା ବାରମ୍ବାର  ସାମ୍ନାକୁ ଆସିଛି । ଘଟଣାକ୍ରମରେ ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ କର୍ଫ୍ୟୁ ସମୟରେ ନିୟମ ଉଲ୍ଲଘଂନ କରିବା କେତେକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ପ୍ରତିବନ୍ଧକ ଥିବା ସତ୍ତେ୍ୱ ନର୍ମଦା ଘାଟରେ କେତେକ ଲୋକ ଗାଧୋଇବାକୁ ପହଞ୍ôଚ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ପୋଲିସ ସେମାନଙ୍କୁ ନିୟମ ଉଲ୍ଲଂଘନ କରିଥିବାରୁ ବସଉଠ କରାଇଥିଲା । ତେବେ କେବଳ ମଧ୍ୟପ୍ରଦେଶ ନୁହେଁ ଦେଶର  ଅନେକ ରାଜ୍ୟରେ କେତେକ ଅମାନିଆ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ପୋଲିସ ଏଭଳି ଅମାନିଆଙ୍କୁ ବୁଝାଇବାକୁ ଯାଇ କେଉଁଠି ଲାଠି ଚାଳନା କରୁଛି ତ ଆଉ କେଉଁଠି ଲୋକଙ୍କୁ ବୁଝାସୁଝା କରି ଘରକୁ ପଠାଇବା ଚିତ୍ର ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ସୁଦ୍ଧା କେତେକ ଅମାନିଆ କରୋନା ମହାମାରୀକୁ ଗମ୍ଭୀରତାର ସହ ନେଇନଥିବା ଏସବୁରୁ ବେଶ୍ ପ୍ରମାଣିତ ହେଉଛି ।

ଦେଖନ୍ତୁ ଭିଡିଓ:

Get real time updates directly on you device, subscribe now.