fbpx

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ?

AAKASH

ଭୁବନେଶ୍ୱର,୧୮ ।୧୦(ଓଡିଶା ଭାସ୍କର): କଂଗ୍ରେସର ୩୩ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ଆଜି ନିଯୁକ୍ତ କରାଯାଇଛି । ଗଞ୍ଜାମ ପାଇଁ ରମେଶ ଜେନାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି ।

ସେହିପରି ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଅଂଶୁମାନ ମହାନ୍ତି, ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, ବାଲେଶ୍ୱର ପାଇଁ ସଞ୍ଜୀବ ଗିରି, କୋରାପୁଟ ପାଇଁ ମୀନାକ୍ଷୀ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହା ସହ ଅନୁଗୁଳ ପାଇଁ ବିପ୍ଳବ ଜେନା, ବଲାଙ୍ଗିର ପାଇଁ ଦିଲ୍ଲୀପ ବେହେରା, ବରଗଡ ପାଇଁ ନିହାର ମହାନନ୍ଦ, ଭଦ୍ରକ ପାଇଁ ସୁବ୍ରତ ଦାସ, ବୌଦ୍ଧ ପାଇଁ ନବକିଶୋର ମିଶ୍ର, କଟକ ପାଇଁ ମାନସ ଚୌଧୁରୀ, କଟକ ସିଟି ପାଇଁ ଗିରିବାଳା ବେହେରା, ଦେବଗଡ ପାଇଁ ଉମାଶଙ୍କର ସାହୁ, ଝାରସୁଗୁଡା ପାଇଁ ଭରତ ଅୱସ୍ତି, କନ୍ଧମାଳ ପାଇଁ ଅନାମ ନାୟକ, କେନ୍ଦୁଝର ପାଇଁ ବିପ୍ଳବ ମିଶ୍ର, ମୟୂରଭଞ୍ଜ ପାଇଁ ହେମନ୍ତ ଦାସ, ମାଲକାନଗିରି ପାଇଁ ଗୋବିନ୍ଦ ପାତ୍ର, ନବରଙ୍ଗପୁର ପାଇଁ ମନୋରଞ୍ଜନ ତ୍ରିପାଠୀ, ନୟାଗଡ ପାଇଁ ରଣଜିତ ଦାସ, ନୂଆପଡା ପାଇଁ ଘାସିରାମ ମାଝୀ, ପୁରୀ ପାଇଁ ଅଜିତ ମଙ୍ଗରାଜ, ରାୟଗଡା ପାଇଁ ଦୂର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର ପାଇଁ ଅଶ୍ୱିନୀ ଗୁରୁ ସୁବର୍ଣ୍ଣପୁର ପାଇଁ ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ ପାଇଁ ବେଣୁମାଧବ ତ୍ରିପାଠ. କଳାହାଣ୍ଡି ପାଇଁ ଭରତ ଭୂଷଣ ବେମାଲ ନିଯୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.