fbpx
BJD SKY
BJD SKY

ସୁଗମ ଟ୍ରାଫିକ ବ୍ୟବସ୍ଥା ପାଇଁ ନିୟମରେ ପରିବର୍ତ୍ତନ: ଉଦଘାଟନ ହେବ ‘ଶକ୍ତି ପ୍ରେଗ୍ରାମ୍’

BJD

ବେଙ୍ଗଲୁରୁ: ଆଜି ପୂର୍ବାହ୍ନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଧାନ ସୌଧର ଗ୍ରାଣ୍ଡ ପ୍ୟାଡଲରେ ଅନୁଷ୍ଠିତ ହେବାକୁ ଯାଉଛି ‘ଶକ୍ତି ପ୍ରୋଗ୍ରାମ’ । ତେବେ ଏହି ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଡାଇଭର୍ସନ କାର୍ଯ୍ୟକାରୀ କରାଯାଉଛି । ଜାଣିନିଅନ୍ତୁ କ’ଣ ହେଉଛି ପରିବର୍ତ୍ତନ

କେ.ଆର ସର୍କଲ ଏବଂ ବାଲେକୁଣ୍ଡ୍ରି ସର୍କଲ ମଧ୍ୟରେ କୌଣସି ଯାନବାହନ ଯାତାୟତ କରିବା ଉପରେ ରୋକ ଲଗାଯାଇଛି । ସେହିପରି କେଆର ସର୍କଲରୁ ଚାଲୁଥିବା ଯାନବାହନ ନୃପାଥୁଙ୍ଗା ରୋଡ ଏବଂ ବାଲେକୁଣ୍ଡ୍ରି ସର୍କଲରୁ ଡାଇଭର୍ଟ କରାଯାଇ କ୍ୱିନ୍ସ ସର୍କଲକୁ ନିଆଯିବ ବୋଲି ଟ୍ରାଫିକ ଆଡଭାଇଜରୀରେ କୁହାଯାଇଛି । ତେବେ ସିଟିଓ ସର୍କଲରୁ ଆସୁଥିବା ଯାନବାହନଗୁଡିକ ରାଜଭବନ ରୋଡ ଦିଗରେ ଯିବା ନିର୍ଦ୍ଦେଶ ଦିଆଯାଇଥିବା ବେଳେ କେ. ଆର ସର୍କଲରୁ ବାମ ପାଶ୍ୱର୍କୁ ଯିବା ପାଇଁ ଅନୁମତି ମିଳିପାରିବ ନାହିଁ ।

Get real time updates directly on you device, subscribe now.