fbpx

କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ : ରିସର୍ଚ୍ଚରୁ ଖୁଲାସା

କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା କାନାଡ଼ାର ୟୁନିଭର୍ସିଟି ଅଫ୍‌ ୱାଟର୍‌ଲୁରେ ହୋଇଥିଲା।

ଗବେଷଣାରେ ବିଶେଷଜ୍ଞମାନେ ଦାବି କରିଛନ୍ତି, ମନ ପ୍ରଫୁଲ୍ଲ ଥିବା ବେଳେ କାମର ପ୍ରାଥମିକତା ସ୍ଥିର କରିବା ସହଜସାଧ୍ୟ ହୋଇ ନ ଥାଏ। କୌଣସି କାର୍ଯ୍ୟ ସ୍ଥିର କରିବାକୁ ସଂଘର୍ଷ କରିବାକୁ ପଡ଼େ।

କିନ୍ତୁ ଗବେଷଣାର ପ୍ରମୁଖ ବିଶେଷଜ୍ଞ ତଥା ମନୋବିଜ୍ଞାନୀ ପ୍ରଫେସର୍‌ ତାରା ମ୍ୟାକ୍‌ଓ୍ବଲ୍‌ଙ୍କ ମତରେ, ମନ ଖରାପ ଥିଲେ ଏହା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦିଗରେ ସାହା୍ଯଯ କରିଥାଏ। ଏହାଦ୍ୱାରା ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ ମିଳିଥାଏ।

ଏ ସମୟରେ ଉତ୍ତମ ପ୍ରକ୍ରିୟାରେ ସମୟର ପ୍ରବନ୍ଧନ କରାଯାଇପାରେ। ଗବେଷକଙ୍କ ମତରେ, ମନ ପ୍ରଫୁଲ୍ଲ ଥିବା ଅବସ୍ଥାରେ ଧ୍ୟାନ ଚାରିଆଡ଼କୁ ଚାଲିଯାଏ, ଅର୍ଥାତ୍‌ କାମରେ ସଠିକ୍‌ ଭାବେ ଏକାଗ୍ରତା ଆସି ନ ଥାଏ। ଏହା କାମରେ ବାଧା ସୃଷ୍ଟି କରିଥାଏ। ଗବେଷଣାରେ ବିଶେଷଜ୍ଞମାନେ ୯୫ଜଣ ଲୋକଙ୍କୁ ସାମିଲ କରି ଏହି ତଥ୍ୟ ହାସଲ କରିଛନ୍ତି।

Get real time updates directly on you device, subscribe now.