fbpx

VVIP ଙ୍କ ଗସ୍ତ ସମୟରେ ବିଦ୍ୟୁତ୍ ବିଭ୍ରାଟ : ରାଷ୍ଟ୍ରପତିଙ୍କ ଭଳି ସମାନ ସ୍ଥିତି ଭୋଗିଲେ ଅମିତ ଶାହା

ନୂଆଦିଲ୍ଲୀ / ଭୁବନେଶ୍ୱର : ବିଦ୍ୟୁତ୍ ର ଲୁଚକାଳି ଖେଳରେ ସମସ୍ତଙ୍କୁ ବ୍ୟଥିତ ଓ ବିବ୍ରତ କରଛି । ଅସହ୍ୟ ଗୁଳୁଗୁଳିକୁ ଅଘୋଷିତ ବଦ୍ୟୁତ୍ କାଟ୍ ଜନଜୀବନକୁ ହନ୍ତସନ୍ତ କରୁଛି । କେବଳ ସାଧାରଣ ଜନତା କଳବଲ ହେଉଛନ୍ତି ତାହା ନୁହେଁ ଭିଭିଆଇପି ମାନେ ମଧ୍ୟ ଏଥିରୁ ବର୍ତ୍ତି ପାରିନାହାଁନ୍ତି । ଗତକିଛି ଦିନ ପୂର୍ବେ ରାଷ୍ଟ୍ରପତି ଦ୍ରୌପଦୀ ର୍ମୁମୁ ଓଡିଶାଗସ୍ତରେ ଆସିଥିଲେ । ନିଜ ଗାଁ ନିଜ ମାଟିକୁ ଯାଇଥିଲେ । ସେଠାରେ ଏକ ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରପତି ଅଭିଭାଷଣ ଦେବା ସମୟରେ ହଠାତ୍ ବିଜୁଳି ଚାଲିଯାଇଥିଲା । ଆନ୍ଧାରରେ ମିଞ୍ଜିମିଞ୍ଜି ଆଲୁଅରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ । ଏହାକୁ ନେଇ ଅନେକ ରାଜନୀତି ହୋଇଥିଲା ବିରୋଧୀ ସରକାରଙ୍କୁ ଘେରିଥିଲେ । ପୁଣି ସମାନ ସ୍ଥିତି ଦେଖିବାକୁ ମିଳିଛି ଚେନ୍ନାଇରେ ।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ସହ ସେହ ଘଟଣାର ପୁନରାବୃତ୍ତି ହୋଇଛି । ଶନିବାର କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ତାମିଲନାଡ୍ଡୁ ଗସ୍ତରେ ଯାଇଥିଲେ । କିନ୍ତୁ ଯେତେବେଳେ ସେ ଚେନ୍ନାଇ ଏୟାରପୋର୍ଟ ନିକଟରେ ପହଞ୍ଚିଥିଲେ ସେତେବେଳେ ଷ୍ଟ୍ରିଟ୍ ଲାଇଟ୍ କଟିଯାଇଥିଲା । ଅର୍ଥାତ୍ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଥିଲା ବା ବିଜୁଳି କଟ୍ ହୋଇଥିଲା । ଅନ୍ଧାରରେ ବା ମୋବାଇଲର ମିଞ୍ଜି ମିଞ୍ଜି ଆଲୁଅରେ ଅମିତଶାହାଙ୍କୁ ଯିବାକୁ ପଡିଥିଲା । କିନ୍ତୁ କିଛି ସମୟର ବ୍ୟବଧାନ ପରେ ବିଦ୍ୟୁତ୍ ପୁଣି ସଂଯୋଗ ହୋଇଥିଲ ସତ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଏଭଳି ବିଜୁଳି ବିଭ୍ରାଟ ଦେଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତା ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଯଦି ଭିଭିଆଇ ମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ତେବେ ସାଧରଣ ଲୋକଙ୍କ କଥା ନ କହିବା ଭଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.