fbpx

ବଦଳିଲା DL Test ନିୟମ, ଏଣିକି ଶୀଘ୍ର ମିଳିବ Driving License: ବଢ଼ିଲା ସର୍କଲର ଚଉଡ଼ା, ବାଇକ୍ ଆରୋହୀ ତଳେ ରଖିପାରିବେ ପାଦ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଏହି ନିଷ୍ପତ୍ତି ଫଳରେ ଏଣିକି ଡିଏଲ ଟେଷ୍ଟ ପାସ୍ କରିବା ସହଜ ହୋଇଯିବ । ସରକାରଙ୍କ ପାଖରେ ଅନେକ ପେଣ୍ଡିଂ କେସ୍ ପଡ଼ି କରିବା କାରଣରୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଏବେ ସହରର ବିଭିନ୍ନ ଆଟୋମେଟେଡ୍ ଡ୍ରାଇଭିଂ ଟ୍ରାକରେ ପରିବର୍ତ୍ତନ କରାଯିବ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ବହୁ ସଂଖ୍ୟକ ଲୋକ ଡିଏଲ ଟେଷ୍ଟ ପାସ୍ କରିବାକୁ ମୁସ୍କିଲ ହୋଇପଡ଼ୁଥିଲା । ଏହି ପରିବର୍ତ୍ତନ ଟ୍ରାନ୍ସପୋର୍ଟ ବିଭାଗ ଦ୍ୱାରା ଗଠିତ କମିଟି ଦ୍ୱାରା ନିଆଯାଇଛି । ଅଗଷ୍ଟ ୮ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ । ଏଣିକି ଆଶାୟୀଙ୍କ ମଧ୍ୟରେ ଟେଷ୍ଟରେ ଫେଲ ହେବା ନେଇ ଆଉ କୌଣସି ସମସ୍ୟା ରହିବ ନାହିଁ । ଟ୍ରାକରେ ଅନ୍ତିମ ସର୍କଲର ଚଉଡ଼ା ବହୁତ କମ ଥିଲା । ଅନ୍ୟ ଦୁଇ ସର୍କଲଠାରୁ ଏହା ଛୋଟ ଥିବାରୁ ଅଧିକାଂଶ ଦୁଇଚକିଆ ଯାନ ଚାଳକ ଗୋଡ଼ ତଳେ ରଖିବାକୁ ବାଧ୍ୟ ହେଉଥିଲେ । ଫଳରେ ସେମାନେ ଟେଷ୍ଟରେ ପାସ୍ କରିପାରୁ ନଥିଲେ ।

ଯେତେବେଳେ ଜଣେ ଡିଏଲ ଟେଷ୍ଟରେ ଫେଲ୍ ହେଉଥିଲେ ତାଙ୍କୁ ପରବର୍ତ୍ତୀ ସପ୍ତାହରେ ନୂଆ ତାରିଖ ମିଳି ଯାଉଥିଲା । ମାତ୍ର କେସ୍ ବଢ଼ିବା କାରଣରୁ ନୂଆ ତାରିଖ ମିଳିବାରେ ବିଳମ୍ବ ଘଟୁଥିଲା । ମାତ୍ର ଏବେ ଅନ୍ୟ ଦୁଇ ସର୍କଲର ଚଉଡ଼ା ସହ ଅନ୍ତିମ ସର୍କଲର ଚଉଡ଼ା ସମାନ କରାଯିବ । ଏଥିସହ ଚାଳକମାନେ ନିଜ ପାଦକୁ ତଳେ ରଖିବାର ଉପଯୋଗ କରିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.