fbpx
BJD SKY
BJD SKY

କରୋନାର ତୃତୀୟ ଲହର ଓ ଡେଲଟା ପ୍ଲସ ନେଇ କ’ଣ କହିଲେ ଡିଏମଇଟି ? ଜାଣନ୍ତୁ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏହାରି ମଧ୍ୟରେ ତୃତୀୟ ଲହର ଓ ଡେଲଟା ପ୍ଲସ ଭେରିଏଣ୍ଟ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେ କହିଛନ୍ତି ଯେ, ‘ଡେଲଟା ପ୍ଲସ ଭେରିଏଣ୍ଟକୁ ନେଇ ଅଧିକ ଅନୁଧ୍ୟାନ ଚାଲିଛି । ଏହା କେତେ ସଂକ୍ରମଣ କରିବ ସେନେଇ ଅନୁଧ୍ୟାନ ଚାଲିଛି । ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ କଣ ପ୍ରଭାବ ରହିବ ଅନୁଧ୍ୟାନ ଚାଲିଛି । କିଛି ଦେଶରେ ମଧ୍ୟ ଏହି ଭେରିଏଣ୍ଟ ଦେଖାଦେଇଛି ।’

କରୋନାର ଏହି ଡେଲଟା ଭେରିଏଣ୍ଟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଅଛନ୍ତି । ବିଶ୍ୱରେ ମାତ୍ର ୨୦୦ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ମାତ୍ର ୨୦୦ଟି ସାମ୍ପଲ ଷ୍ଟଡି କରି ନିର୍ଣ୍ଣାୟକ ସୂଚନା ଦେଇ ହେବନି । ଅନ୍ୟପଟେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । କିଛିଲୋକ କୋଭିଡ ନିୟମ ଭାଙ୍ଗୁଛନ୍ତି, ଲୋକଙ୍କ ଏହି ବେପରୁଆ ମନଭାବ ବିପଦ ସୃଷ୍ଟି କରିପାରେ ବୋଲି ଡିଏମଇଟି କହିଛନ୍ତି ।

Get real time updates directly on you device, subscribe now.