fbpx

ସ୍ତ୍ରୀକୁ ତା ସ୍ୱାମୀ ଅବିଶ୍ୱାସ କଲେ ମଧ୍ୟ, ଜନ୍ମ ହୋଇଥିବା ଶିଶୁର ଡିଏନଏ ଟେଷ୍ଟ ହୋଇପାରିବନି: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ବୈବାହିକ ସଂପର୍କରେ ଅବିଶ୍ୱାସ କାରଣରୁ ନାବାଳିକ ଶିଶୁର ଡିଏନଏ ଟେଷ୍ଟକୁ ନେଇ ସୁପ୍ରିମକୋର୍ଟ ଏକ ବଡ କଥା କହିଛନ୍ତି । ସୁପ୍ରିମକୋର୍ଟର ବେଂଚ କହିଛନ୍ତି ଯେ,ଏପରି ସର୍ଟକଟ ଉପାୟ ଅବଲମ୍ବନ କରିବା ସଠିକ ନୁହେଁ । ଏଥିରେ ନିଜର କ୍ଷତି ହେବା ସହ ଛୋଟ ପିଲାଙ୍କ ମାନସିକ ସ୍ତରରେ ଖରାପ ପ୍ରଭାବ ପଡ଼ିପାରେ । ଏହି ଉପାୟ ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି ।

ଜଷ୍ଟିସ ବି ରାମାସୁଭ୍ରମଣ୍ୟମ ଏବଂ ତାଙ୍କ ପତ୍ନୀ ନାଗାରତ୍ନା କହିଛନ୍ତି ଯେ, ଛୋଟ ପିଲାମାନେ ମଧ୍ୟ ନିଜକୁ ବୈଧଛୁଆ ବୋଲି ପ୍ରମାଣ କରିବା ପାଇଁ ନିଜର ଲୋକମାନଙ୍କ ସହ ବୁଝାମଣା କରିବେ ନାହିଁ ବୋଲି ସେମାନଙ୍କୁ ଅଧିକାର ଦିଆଯାଇଛି । ଏହା ବୈଧ ଅଧିକାରର ଏକ ପ୍ରମୁଖ ଅଙ୍ଗ । ସେଥିପାଇଁ କୋର୍ଟ ମଧ୍ୟ ଏହି କଥାକୁ ଧ୍ୟାନ ରଖିବା ଉଚିତ୍ ଯେ, ପିଲାମାନେ କୌଣସି ବସ୍ତୁ ନୁହଁନ୍ତି, ଯେଉଁମାନଙ୍କର ଡିଏନଏ ଟେଷ୍ଟ କରାଯିବ । ଖାସକରି ଛାଡପତ୍ର ହୋଇଥିଲେ ମଧ୍ୟ ଡିଏନଏ ଟେଷ୍ଟ ହୋଇପାରିବନି ।

କୋର୍ଟ ପାଖକୁ ଏପରି ବହୁ ମାମଲା ଆସେ, ଯେଉଁଥିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅବିଶ୍ୱାସ ହେଲେ ପିଲାର ଡିଏନଏ ଟେଷ୍ଟ ପାଇଁ ସ୍ୱାମୀ ଅନୁମତି ମାଗିଥାଏ । ଏହାପରେ ଯଦି ପ୍ରମାଣିତ ହୋଇଗଲା ତେବେ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ୨ଜଣଙ୍କ ଛାଡପତ୍ର ହୋଇଥାଏ । ଜଷ୍ଟିସ ନାଗାରତ୍ନା କହିଛନ୍ତି ଯେ, ଯେଉଁ ଶିଶୁର ଡିଏନଏ ଟେଷ୍ଟ କରାଯିବା ପରେ ଜଣାପଡିବ ଯେ, ତା ପିତା ଅନ୍ୟ କିଏ ଏବଂ ସେ ତାଙ୍କୁ ସଂପୂର୍ଣ୍ଣ ଚିହ୍ନିନାହିଁ । ସେତେବେଳେ ସେହି ପିଲାର ମାନସିକ ସ୍ତରରେ ଖରାପ ପ୍ରଭାବ ପଡ଼ିବ । ତେଣୁ ଛୋଟପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଏପରି ଅଧିକାର କାହାକୁ ଦିଆଯାଇ ପାରିବ ନାହିଁ ।

Get real time updates directly on you device, subscribe now.