fbpx

ପୂଜା ଘରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇପାରେ ଝଗଡ଼ାର ମୂଳ କାରଣ

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘର ପାଇଁ କିଛି ନିୟମ ରହିଛି । ଏହି ନିୟମର ପାଳନ କରିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଜୀବନରେ ପୂଜାପାଠ ସକାରାତ୍ମକ ପ୍ରଭାବ ପକାଇଥାଏ ଫଳରେ ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହେବା ସହ ପ୍ରତି କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ । ଏହି ନିୟମର ଉଲଙ୍ଘନ କରିବା ଜୀବନରେ ଅନେକ ସମସ୍ୟାର କାରଣ ପାଲଟି ଥାଏ । ପୂଜା ଘରେ ଏପରି ଜିନିଷ ରଖିବା ବର୍ଜିତ ଯାହା ପରିବାରରେ କଳହର କାରଣ ହୋଇପାରେ । ଚୈତ୍ର ନବରାତ୍ରୀ ଆରମ୍ଭ ହୋଇସାରିଛି । ତେଣୁ ପରିବାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚାହୁଁଥିଲେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ମା’ ଦୁର୍ଗାଙ୍କ କୃପାରୁ ବଞ୍ଚିତ ହେବେ ।

– ଦେବାଦେବୀଙ୍କ ପୂଜା ସ୍ଥାନରେ ପୂର୍ବ ପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ । ଏହା ଘରେ କହଳ ସୃଷ୍ଟି କରିଥାଏ ଏବଂ ଭଗବାନ ରାଗି ଥାନ୍ତି ।

– ପୂଜା ଘରେ ପୁରୁଣା ଫଟୋ, ଫଟା ପ୍ରେମ୍ ଥିବା ଫଟୋ କିମ୍ବା ଫଟା ଧାର୍ମିକ ପୁସ୍ତକ ରଖିବା ଉଚିତ ନୁହେଁ । ଭଙ୍ଗା ମୂର୍ତ୍ତିକୁ ପୂଜା କରନ୍ତୁ ନାହିଁ । ଏହା ନକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ ।

– ପୂଜା ଘରେ ଗୋଟିଏରୁ ଅଧିକ ଶଙ୍ଖ ରଖିବା ବର୍ଜିତ ।

– ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲ ଶୁଖିଗଲେ ପୂଜା ଘରେ ରଖନ୍ତୁ ନାହିଁ ।

– ପୂଜା ସାମଗ୍ରୀ କେବେ ବି ପୂଜା ଘରେ ରଖିବା ଠାରୁ ଦୂରେଇ ରୁହନ୍ତୁ ।

– ସବୁବେଳେ ପୂଜା ଘରର ସ୍ୱଚ୍ଛତା ବଜାୟ ରଖନ୍ତୁ । ପୂଜା ଘର ଅପରିଷ୍କାର ରହିଲେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।

 

Get real time updates directly on you device, subscribe now.