fbpx
BJD
BJD SKY
BJD SKY

ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ Z ବର୍ଗର ସୁରକ୍ଷା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ Z ବର୍ଗର ଭିଆଇପି ସୁରକ୍ଷା ଯୋଗାଇଛନ୍ତି। ସୂଚନାନୁସାରେ, ସିଇସି କୁମାରଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କୁ ପ୍ରାୟ ୪୦-୪୫ ସଶସ୍ତ୍ର କମାଣ୍ଡୋ ନିୟୋଜିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦାୟିତ୍ୱ ଦେଇଛି।

ଏକ ଆଇବି ରିପୋର୍ଟ ଆଧାରରେ ରାଜୀବ କୁମାରଙ୍କୁ Z ବର୍ଗର ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ସୁପାରିଶ କରାଯାଇଛି। ସଶସ୍ତ୍ର କମାଣ୍ଡୋମାନେ ସିଇସି କୁମାରଙ୍କ ସହିତ ତାଙ୍କର ଦେଶ ଭ୍ରମଣ ସମୟରେ ଯିବେ।

Get real time updates directly on you device, subscribe now.