fbpx

ଫ୍ରିଜରେ ରଖନ୍ତୁ ନାହିଁ ଏହି ଖାଦ୍ୟ, ଜାଣନ୍ତୁ କାହିଁକି

ଖାଦ୍ୟ-ପାନୀୟ ଦ୍ରବ୍ୟକୁ କିଛି ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ତାକୁ ଫ୍ରିଜରେ ରଖାଯାଇଥାଏ । କିନ୍ତୁ ବଜାରରେ ମିଳୁଥିବା ସବୁ ଖାଦ୍ୟ ଫ୍ରିଜରେ ରଖାଯାଇପାରିବ ନାହିଁ । ଆସନ୍ତୁ ଜାଣିବା କେଉଁ ଜିନିଷକୁ ଫ୍ରିଜରେ ରଖିବା ଉଚିତ ନୁହେଁ ।

ପାଉଁରୁଟି: ପାଉଁରୁଟିକୁ କେବେବି ଫ୍ରିଜ୍ ରେ ରଖିବା କଥା ନୁହେଁ । ଫ୍ରିଜ୍ ରେ ପାଉଁରୁଟି ରଖିବା ଦ୍ୱାରା ଏହା ଶୁଖି ଯାଇଥାଏ ଏବଂ ଏହାର ସ୍ୱାଦ ଖରାପ ହୋଇଯାଇଥାଏ ।

କଦଳୀ: କଦଳୀକୁ ଫ୍ରିଜ୍ ରେ ରଖିବା ଦ୍ୱାରା ତାହା ଶୀଘ୍ର ସଢ଼ିଯାଇଥାଏ ଏବଂ କଳା ପଡ଼ିଯାଏ । ଏହାଛଡ଼ା ଫ୍ରିଜ୍ ରେ କଦଳୀ ରଖିବା ଦ୍ୱାରା ଅନ୍ୟାନ୍ୟ ଫଳ ଏବଂ ପନିପରିବା ମଧ୍ୟ ଖରାପ ହୋଇଯାଇପାରେ ।

ଆଳୁ: ଆଳୁକୁ ଅନ୍ୟ ପରିବା ସହ ଫ୍ରିଜ୍ ରେ ରଖିଲେ ଏଥରେ ଥିବା ଶର୍କରା ସୁଗାରରେ ପରିଣତ ହୋଇଯାଏ ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଘାତକ ହୋଇଥାଏ । ଆଳୁକୁ ପେପର ବ୍ୟାଗରେ ରଖି କୌଣସି ଖାଲି ସ୍ଥାନରେ ରଖିବା ଜରୁରୀ ।

କଫି: କଫିକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ସ୍ୱାଦ ଖରାପ ହୋଇଥାଏ ଏବଂ ଏହାର ଗନ୍ଧ ମଧ୍ୟ ଚାଲିଯାଏ । କଫିକୁ କମ୍ ଆଲୋକ ତଥା ଥଣ୍ଡା ଜାଗାରେ ରଖିବା ଦରକାର ଫଳରେ ସ୍ୱାଦ ଏବଂ ଗନ୍ଧ ଦୁଇଟି ଯାକ ନଷ୍ଟ ହୋଇନଥାଏ ।

ରସୁଣ: ରସୁଣକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଗଜା ହେବା ଆରମ୍ଭ ହୋଇଥାଏ ଏବଂ ଧୀରେ ଧୀରେ ସଢ଼ିବାକୁ ଲାଗିଥାଏ । ।

ପିଆଜ: ପିଆଜକୁ ଫ୍ରିଜ୍ ରେ ରଖିବା ଦ୍ୱାରା ଏହା ନରମ ହୋଇଯାଏ । ଏହାକୁ ଆପଣ କୌଣସି ଥଣ୍ଡା ଯାଗାରେ ସୂର୍ଯ୍ୟକରଣ ଠାରୁ ଦୂରରେ ରଖନ୍ତୁ ।

ଆଚାର: ଆଚାରରେ ଭିନେଗାର ରହିଥାଏ । ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଖରାପ ହେବା ସହ ଅନ୍ୟ ଜିନିଷକୁ ମଧ୍ୟ ଖରାପ କରିଦିଏ ।

ମହୁ: ମହୁକୁ ମଧ୍ୟ କେବେବି ଫ୍ରିଜରେ ରଖିବା ଉଚିତ ନୁହେଁ । ଏହାକୁ ଜାର୍ ରେ ବନ୍ଦ କରି ସମାନ୍ୟ ତାପମାତ୍ରାରେ ଫ୍ରିଜ୍ ବାହାରେ ରଖନ୍ତୁ ।

Get real time updates directly on you device, subscribe now.