fbpx

ଓଡ଼ିଶା ସୀମାନ୍ତରେ ଗୁଳିବିନିମୟ; ଟଳିଲେ ୩ ମାଓବାଦୀ

ମାଲକାନଗିରି(ଓଡ଼ିଶା ଭାସ୍କର): ଛତିଶଗଡ଼ ରାଜ୍ୟର ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଯବାନମାନେ ତିନୋଟି ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ମୁଲୁଗ ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା ।

ତେଲେଙ୍ଗାନା ପୋଲିସର ଗ୍ରେହଣ୍ଡ ଯବାନ ଓ ଛତିଶଗଡ଼ ପୋଲିସର ଡ଼ିଆରଜି ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯବାନମାନେ ମଧ୍ୟ ପାଲଟା ଜବାବରେ ଗୁଳି ଚାଳନା କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ମାଓବାଦୀ ମାନେ ଘଟଣାସ୍ଥଳ ଛାଡ଼ି ପଳାୟନ କରିଥିବା ଜଣାପଡ଼ିଛି । ପରେ ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ ବେଳେ ୩ ମାଓବାଦୀଙ୍କ ମୃତଦେହ ଠାବ କରିଛନ୍ତି ।

Get real time updates directly on you device, subscribe now.