fbpx

ବାସ୍ତୁ ଶାସ୍ତ୍ର: ରୁମରେ ଏହି ଜିନିଷ ରଖନ୍ତୁ ନାହିଁ ଗର୍ଭବତୀ ମହିଳା , ପିଲା ଉପରେ ପକାଇପାରେ ନକରାତ୍ମକ ପ୍ରଭାବ

ମହିଳା ମାନଙ୍କ ପାଇଁ ଗର୍ଭାବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହେଇଥାଏ।ଆଉ ଏହି ସମୟରେ ମହିଳା ମନକୁ ମଧ୍ୟ ଅଧିକ ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଥାଏ । ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ କଥାରେ ଅଧିକ ଧ୍ୟାନ ଦେବା ପାଇଁ କୁହାଯାଏ । ଜନ୍ମ ହେବା ପିଲାକୁ ନେଇ ପିତା ମାତା ବହୁତ କିଛି ସ୍ୱପ୍ନ ଦେଖିଥାନ୍ତି । ତାଙ୍କ ପିଲା କିପରି ସ୍ୱାସ୍ଥ୍ୟବାନ ହେବ ବୁଦ୍ଧିମାନ ହେବ ସେ ବିଷୟରେ ମଧ୍ୟ ଚନ୍ତା କରିଥାନ୍ତି । ଏତତ୍ ବ୍ୟତୀତ ପିଲାଟି ଗର୍ଭରେ ରହିବା ଦିନରୁ ହିଁ ମାତା ପିତା ପିଲାର ଯତ୍ନ ନେବା ଆରମ୍ଭ କରିଦିଅନ୍ତି । ତେବେ ହିନ୍ଦୁ ଧର୍ମରେ ପିଲାଟି ଗର୍ଭରୁ ହିଁ ସଂସ୍କାର ସିଖିଥାଏ । ତେଣୁ ୧୬ ସଂସ୍କାରରୁ ଗର୍ଭ ସଂସ୍କାରକୁ ପ୍ରଥମ ସଂସ୍କାର ବୋଲି କୁହାଯାଇଥାଏ । ଏତତ୍ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଏପରି କିଛି ନିୟମ ରହିଛି ଯାହାକୁ ଜଣେ ଗର୍ଭବତୀ ମହିଳା ପାଳନ କରିବା ନିହାତୀ ଜରୁରୀ । ନଚେତ୍ ଏହା ଜନ୍ମ ହେବାକୁ ଥିବା ପିଲା ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ…

ଗର୍ଭବତୀ ମହିଳାମାନେ ଧ୍ୟାନ ରଖନ୍ତୁ ଏହି ନିୟମ:

ଦକ୍ଷିଣ ଦିଗକୁ ଗୋଡ ରଖନ୍ତୁ ନାହିଁ : ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ ବୋଲି କୁହାଯାଇଥାଏ । ତେଣୁ ଗର୍ଭଧାରଣ ସମୟରେ ୯ ମାସ ପର୍ଯ୍ୟନ୍ତ ମାତା ପିତା ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ପୂର୍ବ ପୁରୁଷଙ୍କ କୋପ ଦୃଷ୍ଟି ଜନ୍ମ ହେବାକୁ ଥିବା ପିଲା ଉପରେ ପଡିଥାଏ । ଫଳରେ ଜନ୍ମ ହେବାକୁ ଥିବା ପିଲା ତାର ଜୀବନରେ ଅନେକ ସମସ୍ୟା ଦେଇ ଗତିକରେ ।

ରୁମ୍ ରେ ହିଂସ୍ର ଜନ୍ତୁ ରଖନ୍ତୁ ନାହିଁ: ଗର୍ଭବତୀ ମହିଳାଙ୍କ ରୁମରେ କୌଣସି ପ୍ରକାର ହିଂସ୍ର ଜନ୍ତୁ, ଯୁଦ୍ଧ କିମ୍ବା ପୁର୍ବପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ । କାରଣ ଏହା ଦ୍ୱାରା ଗର୍ଭଭତୀ ମହିଳା ଚିନ୍ତାରେ ରହିଥାନ୍ତି । ଯାହାର ଖରାପ ପ୍ରଭାବ ପିଲାର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେଣୁ ଏହି ଗର୍ଭଧାରଣ ସମୟରେ ମହିଳାମାନେ ଶୋଇବା କକ୍ଷରେ ଏହି ସବୁ ଫଟୋ ରଖନ୍ତୁ ନାହିଁ ।

ଭଙ୍ଗା ଜିନିଷ ରଖନ୍ତୁ ନାହିଁ: ଗର୍ଭବତୀ ମହିଳାଙ୍କ ରୁମରେ ଭଙ୍ଗା ଜିନିଷ କିମ୍ବା ଅଦରକାରୀ ଜିନିଷ ରଖିବା ଉଚିତ୍ ନୁହେଁ । ଏହିସବୁ ଜିନିଷ ରହିବା ଦ୍ୱାରା ନକରାତ୍ମକ ପ୍ରଭାବ ବଢିଥାଏ । ଯାହାକି ପିଲା ଏବଂ ମା ଉଭୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

କେଶ ଖୋଲା କରନ୍ତୁ ନାହିଁ: ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳାମାନେ ତାଙ୍କ କେଶ ଖୋଲା ରଖିବା ଉଚିତ୍ ନୁହେଁ । ଖାସ କରି ଶୋଇବା ସମୟରେ ଏହି ମହିଳାମାନେ ଭୁଲରେ ବି କେଶ ଖୋଲି ଶୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ । ଯାହାଫଳରେ ଏହା ଜନ୍ମ ହେବାକୁ ଥିବା ପିଲାର ଭବିଷ୍ୟତ ଖରାପ କରିଦିଏ ।

Get real time updates directly on you device, subscribe now.