fbpx

ଭୁଲରେ ବି କାହା ସହ ସେୟାର କରନ୍ତୁ ନାହିଁ ଏହି କଥା; ନଚେତ୍ ଖରାପ ହୋଇପାରେ ଆପଣଙ୍କ ସମ୍ପର୍କ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନା କିଛି ସମସ୍ୟା ରହିଛି । ଯାହାକି ତାଙ୍କୁ ଅନେକ ସମୟରେ କଷ୍ଟ ଦେଇଥାଏ । ତେଣୁ କୁହାଯାଏ ଯେ ଯଦି ତୁମ ମନରେ ଥିବା ଭାବନାକୁ ଏବଂ ମନରେ ଥିବା କଷ୍ଟକୁ କାହା ସହ ସେୟାର କର ତେବେ ଏହା ତୁମକୁ ଭିତରରୁ ହିଁ ଶାନ୍ତି ଦେଇଥାଏ । ତେବେ ପ୍ରତ୍ୟେକ ବ୍ୟକ୍ତି ତା ଜୀବନରେ ଥିବା ସୁଖ ଦୁଃଖ ଆଦି ଅନେକ କଥା ତା ନିଜ ଲୋକଙ୍କ ସହ ସେୟାର କରିଥାଏ । କିନ୍ତୁ ଏପରି କରିବା ବେଳେବେଳେ ବ୍ୟକ୍ତିକୁ ବିପଦରେ ପକାଇଥାଏ । ଫଳରେ ଏହା ସେମାନଙ୍କ ସମ୍ପର୍କରେ ଅନେକ କିଛି ସମସ୍ୟା ସୃଷ୍ଟି କରେ । ତେଣୁ ଏପରି କିଛି ଜିନିଷ ଅଛି ଯାହାକୁ ଅନ୍ୟ କାହାରିକୁ ସେୟାର କରିବା ଉଚିତ୍ ନୁହେଁ । ସେହିସବୁ ଜିନିଷକୁ ନିଜ ଭିତରେ ରଖିବା ଉଚିତ୍ । ନଚେତ୍ ଏହା ଆପଣଙ୍କ ସମ୍ପର୍କକୁ ଖରାପ କରିଦେବ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସବୁ କଥା ଅନ୍ୟକୁ କହିବା ଉଚିତ୍ ନୁହେଁ ।

ଏହିସବୁ କଥା ଅନ୍ୟକୁ କହିବା ଉଚିତ୍ ନୁହେଁ :

ଅତୀତର ଭୁଲ୍: ପ୍ରତ୍ୟେକ ବ୍ୟକ୍ତି ଅନେକ ପ୍ରକାରର ଭୁଲ କରନ୍ତି । ତେଣୁ ସେ ଅତୀତରେ ମଧ୍ୟ ଅନେକ ଭୁଲ କରିଥିବେ । ତେବେ ସେହିସବୁ ଭୁଲଗୁଡିକ ପାରସ୍ପରିକ ସମ୍ପର୍କ, ବୃତ୍ତି କିମ୍ବା ଅନ୍ୟ କୌଣସି ସମ୍ପର୍କ ସହିତ ଜଡିତ ହୋଇପାରେ । ତେବେ ଏପରି ପରିସ୍ଥିତିରେ, ଆପଣଙ୍କର ଭୁଲ୍ କାହା ସହିତ ସେୟାରକରନ୍ତୁ ନାହିଁ । ଯାହାର ରପରିମାଣ ସ୍ୱରୂପ ଆପମଙ୍କୁ ଅନ୍ୟମାନଙ୍କ ନିକଟରେ ଛୋଟଏବଂ ଲଜ୍ଜିତ କରିବ ।

ପାରିବାରିକ ସମସ୍ୟା:ଏପରି କୌଣସି ପରିବାର ନାହିଁ ଯେଉଁଠାରେ ଝଗଡା କିମ୍ବା ମନ ମାଳିନ ହୁଏ ନାହିଁ । ଏଭଳି ପରିସ୍ଥିତିରେ ପରିବାର ସହିତ ଜଡିତ ଅନେକ ରହସ୍ୟ ଅଛି, ଯାହା ନିଜ ଭିତରେ ରଖିବା ବହୁତ କଷ୍ଟକର । ଏପରି ପରିସ୍ଥିତିରେ, ଯେତେବେଳେ ତୁମେ ଏହି ଜିନିଷଗୁଡିକ କାହା ସହିତ ସେୟାର କରୁଛ ସେଥିପ୍ରତି ଧ୍ୟାନ ଦେବା ।ବଷୟକ । ନଚେତ୍ ପରବର୍ତ୍ତି ସମୟରେ ଏହା ।ପମଙ୍କ ସମ୍ପର୍କକୁ ଖରାପ କରିବାରକ ମୂଳ କାରମ ରୂପରେ ଛିଡା ହେବ ।

ତୁମର ଦୁର୍ବଳତା: ଯଦି ତୁମେ ତୁମର ଦୁର୍ବଳତାକୁ କାହା ସହିତ ସେୟାର କରୁଛ, ତେବେ ତୁମେ ସେହି ବ୍ୟକ୍ତିଙ୍କୁ ତୁମକୁ ପ୍ରାଧାନ୍ୟ ଦେବାର ସୁଯୋଗ ଦିଅ । ଅନେକ ଥର ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଦୁର୍ବଳତା ହେତୁ ଆପମଙ୍କ ସହ ଝଗଡା କରନ୍ତି ଏବଂ ।ପମଙ୍କ ସମ୍ପର୍କକୁ ମଧ୍ୟ ବିଗାଡି ପାରନ୍ତି । ଯାହା ଆପଣଙ୍କୁ ଖରାପ ଲାଗେ । ତେଣୁ ଭୁଲରେ ବି ତୁମର ଦୁର୍ବଳତା କାହା ସହିତ ସେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.