fbpx
BJD SKY
BJD SKY

କେଉଁ ବୟସ ପରେ ପିତାମାତାଙ୍କୁ ପିଲାଙ୍କ ସହିତ ଶୋଇବା ବନ୍ଦ କରିଦେବା ଆବଶ୍ୟକ,ଜାଣନ୍ତୁ ନଚେତ ପିଲାଙ୍କ ଉପରେ ପଡିପାରେ ଏହାର କୁପ୍ରଭାବ

BJD

ନୂଆଦିଲ୍ଲୀ:ଯୌବନାବସ୍ଥା କିମ୍ବା ପ୍ରାକ୍-ଯୁବାବସ୍ଥା ହେଉଛି ଏପରି ଏକ ସମୟ ଯେତେବେଳେ ଆପଣଙ୍କ ଶିଶୁର ଶରୀର ଯୌନ ପରିପକ୍ୱ ହେବାକୁ ଲାଗେ । ଯୌବନାବସ୍ଥା ଆରମ୍ଭ ହେବାର ହାରାହାରି ବୟସ ବାଳିକାମାନଙ୍କରେ ୧୧ ବର୍ଷ ଏବଂ ପୁଅମାନଙ୍କରେ ୧୨ ବର୍ଷ ରହିଥାଏ । ତଥାପି, ବାଳିକାମାନଙ୍କପାଇଁ ୮ ରୁ ୧୩ ବର୍ଷ ବୟସ ମଧ୍ୟରେ ଯୌବନାବସ୍ଥା ଆରମ୍ଭ ହେବ ମଧ୍ୟ ସ୍ୱାଭାବିକ । କିଛି ବାଳକମାନଙ୍କ କ୍ଷେତ୍ରରେ ଯୌବନାବସ୍ଥା ୯ ରୁ ୧୪ ବର୍ଷ ମଧ୍ୟରେ ଆରମ୍ଭ ହୋଇପାରେ । ତେଣୁ ଏହି ସମୟରେ ପିଲା ମାନେ ମଧ୍ୟ ଟିକେ ବ୍ୟକ୍ତିଗତ ସମୟ ଆବଶ୍ୟକ କରନ୍ତି । ତେଣୁ ଏହି ସମୟରେ ତାଙ୍କୁ ବୁଝିବା ସହ ତାଙ୍କୁ ଏକା ଛାଡ଼ନ୍ତୁ ।

ଯୁବାବସ୍ଥାରେ ପିଲାମାନଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଘଟିଥାଏ , ଏପରି ପରିସ୍ଥିତିରେ ଆପଣ ପିଲାମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ସ୍ଥାନ ଦେବା ଜରୁରୀ ଅଟେ। କିନ୍ତୁ ଏଭଳି ହୁଏ ପିଲା ବଡ଼ ହେବା ପରେ ମଧ୍ୟ ତାଙ୍କୁ ତାଙ୍କ ପିତା ମାତାଙ୍କସହ ଶୋଇବାକୁ ପଡିଥାଏ । କିନ୍ତୁ ଏହା ଆମକୁ ବୁଝିବା ଆବଶ୍ୟକ ସମୟ ସହ ଆମକୁ ମଧ୍ୟ କିଛି ଅଭ୍ୟାସ ପରିବର୍ତ୍ତନ କରିବା ଦରକାର । ତେଣୁ ଯଦି ଆପଣ ଚାହାଁନ୍ତି ଆପଣଙ୍କ ସହ ଶୋଇଲେ ତୁମର ଛୁଆ ଆରାମଦାୟକ ନିଦ୍ରା ଗ୍ରହଣ କରିବ ତେବେ ଏହି କଥା ଆପଣ ନିଶ୍ଚିତ କରନ୍ତୁ। ସେମାନେ ଯେପରି ଦିନସାରା ଭଲରେ ବିଶ୍ରାମ ନେଇ ପାରୁଥିବେ ତାହା ପ୍ରତି ଧ୍ୟାନ ଦିଅନ୍ତୁ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଶୋଇବା ସହିତ ସମସ୍ତଙ୍କର ଭିନ୍ନ ଆବଶ୍ୟକତା ଅଛି । ଅନେକ ଥର ତୁମେ ଏବଂ ପିଲା ଏକାଠି ଶୋଇବା ସମୟରେ ଶାନ୍ତିରେ ଶୋଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବା ଏକ ସାଧାରଣ କଥା । ଯଦି ପିଲା ଆପଣଙ୍କ ବିନା ଶୋଇପାରୁଛି ତେବେ ତାଙ୍କୁ ତାଙ୍କର ସେପ୍ସ ଦେଵା ଆବଶ୍ୟକ । କାରଣ ସେମାନେ ଏହି ସମୟରେ ନାନା ପ୍ରକାରର ପରିବର୍ତ୍ତନର ଶୀକାର ହୁଅନ୍ତି ଆଉ ଏଭଳି ଭାବିବା ହେଉଛି ପିତା ମାତାଙ୍କ ପ୍ରାଥମିକତା ।

ବିଶେଷଜ୍ଞମାନେ କହିବା ଅନୁସାରେ ପିତାମାତାମାନେ ୧୨ ମାସରୁ କମ ଶିଶୁମାନଙ୍କ ସହିତ କେବେ ବି ଶଯ୍ୟା ଅଂଶୀଦାର କରିବା ଉଚିତ୍ ନୁହେଁ କାରଣ। ଏହା ଦ୍ୱାରା ତାଙ୍କୁ SIDSବା ଶ୍ୱାସକ୍ରିୟା ଅଟକି ଯିବାରୁ ମୃତ୍ୟୁ ହେବାର ଆଶଙ୍କା ବଢିଥାଏ।

ଯଦି ପିଲା ତୁମ ବିନା ଶୋଇ ପାରିବ ନାହିଁ, ତା’ହେଲେ ତାଙ୍କୁ ଶୋଇବା ପରେ ତୁମେ ଅନ୍ୟ ଶଯ୍ୟାରେ ଶୋଇ ପାରିବ ଯାହା ଦ୍ୱାରା ତୁମର ପିଲା ଖଟ ଉପରେ ମୁକ୍ତ ଭାବରେ ଶୋଇ ପାରିବ ଏବଂ ତାଙ୍କୁ ଶୋଇବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Get real time updates directly on you device, subscribe now.