fbpx

ଦୀପାବଳିରେ ଆବଶ୍ୟ କରନ୍ତୁ ଏହି ଉପାୟ: ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି

Advertisement

ନୂଆଦିଲ୍ଲୀ: କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ବିଶେଷକରି ହିନ୍ଦୁଧର୍ମର ଲୋକମାନେ ବର୍ଷାସାରା ଏହି ଉତ୍ସବକୁ ଅପେକ୍ଷା କରି ରହିଥାନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଦୀପାବଳୀର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହି ଦିନ ମା ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରାଯାଏ । ଲୋକମାନେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଅନେକ ଉପାୟ ପାଳନ କରନ୍ତି । ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିବା ଦ୍ୱାରା ଜୀବନରେ ଟଙ୍କାର ଅଭାବ ରହିନଥାଏ । ଏଥର ଦୀପାବଳି ୨୪ ଅକ୍ଟୋବରରେ ପାଳନ କରାଯିବ । ଏହି ଉତ୍ସବରେ କିଛି ଉପାୟକୁ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ । ଆସନ୍ତୁ ଜାଣିବା କ’ଣ…

– ହେଉଥିବା କାମ ବି ବିଗିଡ଼ିଯାଉଛି କି ? ଏହି ସମସଞାକୁ ଦୂର କରିବା ପାଇଁ ଦୀପାବଳିରେ ରୁଟି ତିଆରି କରନ୍ତୁ ଓ ରୁଟିକୁ ସମାନ ୪ ଭାଗରେ ଭାଗ କରନ୍ତୁ । ପ୍ରଥମ ଭାଗ ଗାଈ, ଦ୍ୱିତୀୟ ଭାଗ କଳା କୁକୁର, ତୃତୀୟ ଭାଗ କାଉ ଓ ଚତୁର୍ଥ ଭାଗ ଘରର କୌଣସି କଣରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ଅନେକ ଫାଇଦା ମିଳିବ ।

– ଦୀପାବଳିରେ କୌଣସି ବିବାହିତା ମହିଳାଙ୍କୁ ଘରକୁ ଡାକି ଖାଇବାକୁ ଦିଅନ୍ତୁ ଓ ଏହା ସହ ମିଠା ମଧ୍ୟ ପରଷନ୍ତୁ । ଏହା ପରେ ଲାଲ ରଙ୍ଗର ବସ୍ତ ଦିଅନ୍ତୁ । ବିବାହିତା ମହିଳା କମ୍ ବୟସର ହୋଇଥିଲେ ଭଲ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ତାଙ୍କର ଆର୍ଶିବାଦ ମିଳିଥାଏ ।

– ଦୀପାବଳିରେ ମା ଲକ୍ଷ୍ମୀଙ୍କୁ କଞ୍ଚା ଚଣା ଡାଲି ଅର୍ପଣ କରନ୍ତୁ ଓ ପରେ ଓସ୍ତଗଛ ତଳେ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ।

– ଦୀପାବଳିର ରାତିରେ ମା ଲକ୍ଷ୍ମୀଙ୍କ ପୂଜା କରିବା ସହ କଳା ହଲଦୀକୁ ମଧ୍ୟ ପୂଜା କରନ୍ତୁ ଓ ପରେ ଏହାକୁ ଘର-ଅଫିସର ତିଜୋରୀରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ମା’ ଖୁସି ହେବା ସହ ଧନ ଲାଭ ହୋଇଥାଏ ।

– ଦୀପାବଳିରେ ରୂପା, ତମ୍ବା କିମ୍ବା ଷ୍ଟିଲ ପାତ୍ରରେ ପାଣି ଭର୍ତ୍ତି କରି ଘରର ଇଶାଣ କୋଣରେ ରଖ । ଏହି ସମୟରେ ଘରର ତିଜୋରୀର ମୁହଁ ଉତ୍ତର ଦିଗରେ ରହିବା ଉଚିତ ଏବଂ ସେଥିରେ ଥିବା ଟଙ୍କା, ଗହଣାକୁ ଲାଲ କିମ୍ବା ହଳଦିଆ କପଡ଼ାରେ ବାନ୍ଧିବା ପାଇଁ ଭୁଲନ୍ତୁ ନାହିଁ । ଏହା କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.