fbpx

ଟଙ୍କା ନେଇ ପୁରୁଷମାନଙ୍କୁୁ ଅପମାନିତ କରନ୍ତି ମହିଳା: ୨ ଘଣ୍ଟାର ରୋଜଗାର ଶୁଣି ଉଡିଯିବ ହୋସ୍

ଭଲ ଓ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଲୋକମାନେ ବିଭିନ୍ନ କାମ କରନ୍ତି । କିନ୍ତୁ କିଛି ଲୋକ ବାସ୍ ୨ ଘଣ୍ଟା କାମ କରି ଏତେ ଟଙ୍କା ରୋଜଗାର କରନ୍ତି ଯେ, ଲୋକମାନେ ୮ ଘଣ୍ଟା ଡ୍ୟୁଟି କରି ମଧ୍ୟ ରୋଜଗାର କରିପାରନ୍ତି ନାହିଁ । ସେହିପରି ବ୍ରିଟେନର ସୁପର ଷ୍ଟାର ମଡେଲ ଜେନିଫର ଲଭ ରୋଜଗାର କରୁଛନ୍ତି, ଯାହାଙ୍କ ଆୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ୟୁକେରେ ରହୁଥିବା ୨୫ ବର୍ଷୀୟ ଜେନିଫର ଲଭ ନିଜ ଷ୍ଟୋରୀ ସୋସିଆଲ ମିଡିଆରେ କହି ଖୁଲାସା କରିଛନ୍ତି ଯେ, ସେ ମାତ୍ର ଦୁଇ ଘଣ୍ଟା କାମ କରି ମାସକୁ ପ୍ରାୟ ୭.୫୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅବଶ୍ୟ ତାଙ୍କର କାମ ବହୁତ ଅଜବ ରହିଛି । ଜେନିଫର୍ ଏହି ସେବା ଅଧୀନରେ ପୁରୁଷମାନଙ୍କୁ ଖୁବ୍ ଅପମାନିତ କରନ୍ତି । ଅର୍ଥାତ୍ ୨ ଘଣ୍ଟା ପାଇଁ ପୁରୁଷମାନଙ୍କୁ ଗାଳି ଦେବା ପାଇଁ ମୋଟା ଅଙ୍କର ଟଙ୍କା ନେଇଥାନ୍ତି, ଯାହାକି ବଡ଼ ବଡ଼ କମ୍ପାନୀଗୁଡିକରେ କାମ କରୁଥିବା ବ୍ୟକ୍ତିମାନଙ୍କର ଭାଗ୍ୟରେ ନଥାଏ ।

‘ୱେଲ୍ସ ଅନଲାଇନ୍’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାଗ୍ୟ କେତେବେଳେ କାହାକୁ ଯେ କେଉଁଠାରେ ନେଇ ପହଞ୍ଚାଇଥାଏ, ତାହା କାହାକୁ ଜଣାନଥାଏ । ସମୟ ବହୁତ ବଳବାନ୍, ଯାହା ୨ ମିନିଟରେ ରାଜାଙ୍କୁ ଗରିବ ଓ ଗରିବଙ୍କୁ ଧନୀ କରିଥାଏ । ୱେଟ୍ରେସ୍ ଭାବେ କାମ କରୁଥିବା ବେଳେ ସିନିୟର ମ୍ୟାନେଜରଙ୍କ ଗାଳିକୁ ନେଇ ଚିନ୍ତା କରୁଥିବା ଜେନିଫର ଏବେ ନିଜ ଦମରେ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକମାନଙ୍କୁ ମଧ୍ୟ ଜେନିଫରଙ୍କ ସେବା ଅର୍ଥାତ୍ ନିଜର ଅପମାନିତ କରିବାରେ ମଜା ଆସୁଛି । ଏଥିପାଇଁ ବୋଧହୁଏ ଜେନିଫର ମୋଟାଅଙ୍କର ରୋଜଗାର କରୁଛନ୍ତି ।

ଦୁଇ ବର୍ଷ ପୂର୍ବେ ଜେନିଫରଙ୍କ ଜଣେ ବନ୍ଧୁ ତାଙ୍କୁ ସୁନ୍ଦର ପାଦର ଫଟୋ ଅନଲାଇନରେ ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଜେନିଫର୍ ୧୦-୨୦ ସେକେଣ୍ଡ୍ ଭିଡିଓ ତିଆରି କରି ଘଣ୍ଟା ପ୍ରତି ୫୦୦୦ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ଲୋକମାନଙ୍କ ପାଇଁ ୫ ମିନିଟର ଭିଡିଓ ତିଆରି କରିବା ଆରମ୍ଭ କଲେ, ଯେଉଁଥିରେ ସେ ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଅପମାନିତ କରୁଥିଲେ । କିନ୍ତୁ ତାଙ୍କଠାରୁ ଗାଳି ବା ଅପମାନିତ ହୋଇ ଲୋକଙ୍କୁ କ’ଣ ଖୁସି ଲାଗୁଛି ଯେ, ସେମାନେ ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତି ।

Get real time updates directly on you device, subscribe now.